News

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

ଦେଶର ୫ଟି ରାଜ୍ୟରେ ସର୍ବାଧିକ ଜଙ୍ଗଲ ବଢିଛି

ଦେଶରେ ଜନସଂଖ୍ୟା ବଢୁଛି । ତାଳ ଦେଇ ସଡ଼କ କୋଠା ରେଳଲାଇନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ହେଉଛି । ଏ ସବୁ ସତ୍ୱେ ବଜାୟ ରହିଛି ସବୁଜିମା । ବିଗତ ଦୁଇ ବର୍ଷରେ ଓଡ଼ିଶାରେ ୮୮୫ ବର୍ଗ କିମି ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀ ଠାରେ ଉନ୍ମୋଚିତ ‘ଇଣ୍ଡିଆ ଷ୍ଟେଟ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୭’ରୁ ଏହା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ଦେଶରେ ଜଙ୍ଗଲ ଆବରଣ ମୋଟାମୋଟି ୧% ବଢ଼ିଛି। ଦେଶରେ ମୋଟ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଂଚଳ ହେଉଛି ପ୍ରାୟ ୮ ଲକ୍ଷ ବର୍ଗ କିଲୋମିଟର ଯାହାକି ମୋଟ ଭୌଗଳିକ ପରିସୀମାର ୨୪.୩୯ ପ୍ରତିଶତ । ୨୦୧୭ ଜଙ୍ଗଲ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି । ଦେଶର ୫ଟି ରାଜ୍ୟରେ ସର୍ବାଧିକ ଜଙ୍ଗଲ ବଢିଥିବା କୁହାଯାଉଛି ।

ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିିଛି । ଆନ୍ଧ୍ରପ୍ରଦେଶ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ କର୍ଣ୍ଣାଟକ ଦ୍ୱିତୀୟ, କେରଳ ତୃତୀୟ, ଓଡ଼ିଶା ଚତୁର୍ଥ ଏବଂ ତେଲେଙ୍ଗାନା ପଂଚମ ସ୍ଥାନରେ ରହିିଛି । ଆନ୍ଧ୍ରପ୍ରଦେଶରେ ୨,୧୪୧ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଥିବାବେଳେ କର୍ଣ୍ଣାଟକରେ ୧୧୦୧, କେରଳରେ ୧୦୪୩ ଓ ଓଡ଼ିଶାରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ସମଗ୍ର ପୃଥିବୀରେ ଜଙ୍ଗଲ ହ୍ରାସ ଘଟୁଥିବାବେଳେ ଭାରତରେ ଏହା ବଢୁଥିବା ଭଲ ଖବର । ଏ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ୧୦ମ ସ୍ଥାନରେ ରହିଛି ।

ପଢନ୍ତୁ ;

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ? ନଚେତ ହୋଇପାରେ ଏହି ସମସ୍ୟା

Related posts

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ENO Beuro

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

ENO Beuro

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More