News

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

bank

ଦେଶର ୧.୫୫ଲକ୍ଷ ଡାକ ଘରେ ପର୍ଯ୍ୟାୟ କ୍ରମେ ଉପଲବ୍ଧ ହେବ ବ୍ୟାଙ୍କ ସେବା

ଡାକ କର୍ମଚାରୀ, ଗ୍ରାମୀଣ ଡାକ ସେବକଙ୍କୁ ମିଳିବ ପ୍ରୋତ୍ସାହନ କମିଶନ

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠା ଲାଗି ସଂଶୋଧିତ ପ୍ରକଳ୍ପ ବ୍ୟୟ ଅଟକଳ ୮୦୦ କୋଟିରୁ ୧୪୩୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ବ୍ୟୟ ଅଟକଳ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୬୩୫ କୋଟି ଟଙ୍କା ମଧ୍ୟରୁ ୪୦୦ କୋଟି ଟଙ୍କା ପ୍ରଯୁକ୍ତି ମୂଲ୍ୟ ଏବଂ ୨୩୫ କୋଟି ଟଙ୍କା ମାନବ ସମ୍ବଳ ବାବଦକୁ ବ୍ୟୟ କରାଯିବ।

-ଆଇପିପିବି ସେବା ସେପ୍ଟେମ୍ବର ପହିଲା ୨୦୧୮ ଠାରୁ ୬୫୦ଟି ଆଇପିପିବି ଶାଖା ଏବଂ ୩୨୫୦ଟି ଏକ୍ସେସ ପଏଣ୍ଟରେ ଉପଲବ୍ଧ ହେବ ଏବଂ ଡିସେମ୍ବର ୨୦୧୮ ଠାରୁ ସମସ୍ତ ୧.୫୫ଲକ୍ଷ ଡାକ କାର୍ଯ୍ୟାଳୟ ରେ ଉପଲବ୍ଧ ହେବ।

-ଏହି ପ୍ରକଳ୍ପ ୩୫୦୦ଦକ୍ଷ ବ୍ୟାଙ୍କିଙ୍ଗ ପେସାଦାର ଏବଂ ସାରା ଦେଶରେ ଆର୍ଥିକ ସାକ୍ଷରତା ପ୍ରଚାର କରିବାରେ ସମ୍ପୃକ୍ତ ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

bank

-ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ପାଇଁ ସବୁଠୁ ଗ୍ରହଣୀୟ, ସୁଲଭ ଏବଂ ବିଶ୍ୱସନୀୟ ବ୍ୟାଙ୍କ ସେବା ବିକଶିତ କରିବା । ଘର ପାଖରେ ବ୍ୟାଙ୍କ ସେବା ପ୍ରଦାନ ସହ ବ୍ୟାଙ୍କ ସେବା ଯୋଗାଣ କ୍ଷେତ୍ରରେ ଥିବା ବାଧା ଦୂର କରି ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ହାସଲରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

– “କମ ନଗଦ” ଅର୍ଥବ୍ୟବସ୍ଥା ପାଇଁ ସରକାରଙ୍କ ସଂକଳ୍ପକୁ ଏହି ପ୍ରକଳ୍ପ ସହାୟତା ଯୋଗାଇଦେବା ସହିତ ଉଭୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ଦେବ।

-ବ୍ୟାଙ୍କ ଗ୍ରେଡ ପ୍ରଦର୍ଶନ, ଠକେଇ ଏବଂ ବିପଦ ମୁକାବିଲା ମାନକ ଏବଂ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଚଳନ ପ୍ରତି ଧ୍ୟାନ ଦିଆଯାଇ ଆଇପିପିବିର ଦୃଢ଼ ଆଇଟି ଢାଂଚା ପ୍ରସ୍ତୁତ କରାଯାଇଛି।

ଆଇପିପିବି ସେବା

-ପ୍ରଯୁକ୍ତି ସଂଚାଳିତ ସମାଧାନ ଜରିଆରେ ଆଇପିପିବି ଏକାଧିକ ପେମେଣ୍ଟ/ଆର୍ଥିକ ସେବା ଯୋଗାଇ ଦେବ ଯାହାକୁ ଡାକ ବିଭାଗ (ଡିଓପି) କର୍ମଚାରୀ/ଶେଷମୁଣ୍ଡରେ ଥିବା ଏଜେଣ୍ଟମାନେ କାର୍ଯ୍ୟକାରୀ କରିବେ । ସେମାନେ ଏଣିକି ଚିଠି ବିତରକରୁ ଆର୍ଥିକ ସେବା ଯୋଗାଣକାରୀରେ ପରିଣତ ହୋଇଯିବେ ।

-ଆଇପିପିବି ସେବା ଯୋଗାଇ ଦେବା ଲାଗି ଶେଷମୁଣ୍ଡରେ ଥିବା ଜଏଣ୍ଟ (ଡାକ କର୍ମଚାରୀ ଏବଂ ଗ୍ରାମୀଣ ଡାକ ସେବକ)ମାନଙ୍କୁ ପ୍ରୋତ୍ସାହନ ରାଶି/କମିଶନ ସେମାନଙ୍କ ଏକାଉଣ୍ଟକୁ ସିଧାସଳଖ ଯୋଗାଇ ଦିଆଯିବ । ଏହାଦ୍ୱାରା ଗ୍ରାହକଙ୍କ ନିକଟରେ ଆଇପିପିବି ଡିଜିଟାଲ ସେବା ଯୋଗାଇଦେବା ଲାଗି ସେମାନେ ଅନୁପ୍ରାଣିତ ହୋଇପାରିବେ ।

-ଆଇପିପିବି ଦ୍ୱାରା ଡାକ ବିଭାଗକୁ ପଇଠ କରାଯିବାକୁ ଥିବା କମିଶନର ଏକ ଅଂଶ ଡାକ କାର୍ଯ୍ୟାଳୟର ସାମର୍ଥ୍ୟ ବୃଦ୍ଧିରେ ଉପଯୋଗ ହେବ ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କେଉଁ ବସ୍ତ୍ର ପିନ୍ଧିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ?

Related posts

୧୬ରେ ସମୂହ ଛୁଟିରେ ଯିବେ ୪୮୮ ବର୍ଗ କଲେଜ ଅଧ୍ୟାପକ

Ratnamani Moharana

ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ମନ୍ଦିର ପୂଜାରୀ ଗିରଫ

ENO Beuro

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ENO Beuro

Leave a Comment