POLITICALS

ସରକାରଙ୍କ ଐତିହାସିକ ଘୋଷଣା ପରେ କାଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Troops 655x430

ଅଶାନ୍ତ ପାଲଟିଛି କାଶ୍ମୀର !

ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ  ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଉ ମିଳିବ ନାହିଁ। ଏହି ନିଷ୍ପତ୍ତିକୁ ଉଭୟ ସଂସଦ ଓ ସଂସଦ ବାହାରେ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ଜମ୍ମୁ-କଶ୍ମୀରରେ ଆଇନ୍‌ଶୃଙ୍ଖଳା  ପରିସ୍ଥିତି ସୃଷ୍ଟି ହେବାରୁ ଆଶଙ୍କା ରହିଛି। କେନ୍ଦ୍ର ସରକାର କଶ୍ମୀର ଉପତ୍ୟକାକୁ ପୁଣି ୮୦୦୦ ସିଆର୍‌ପିଏଫ୍‌ ଯବାନ ପଠାଇଛନ୍ତି। ଯବାନମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ବିମାନ ଯୋଗେ ଅଣାଯାଇ କଶ୍ମୀରକୁ ପଠାଯାଇଥିବା ଖବର ମିଳିଛି।

ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦, ୩୫ (କ) ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେବା ଓ ଲଦାଖ ଓ ଜମ୍ମୁ ଏବଂ କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ବିଲ୍‌ ଆଗତ କରିବାର ଗୋଟିଏ ଦିନ ପୂର୍ବରୁ ସରକାର ଅତିରିକ୍ତ ୩୫, ୦୦୦ ସୈନ୍ୟ ପଠାଇଥିଲେ। ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ଙ୍କ ଜୟସାଲମର ଗସ୍ତ ମଧ୍ୟ ବାତିଲ କରାଯାଇଛି। କଶ୍ମୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ  ମଧ୍ୟ ନିରାପତ୍ତା ଆଲର୍ଟ ଜାରି କରିଛି।

ପଢନ୍ତୁ: ଆସନ୍ତା ୬ରୁ ୮ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା

Related posts

ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ଶାଳିନୀ ଯାଦବ

ପ୍ରଥମ ଭାଷଣରେ ମୋଦୀଙ୍କୁ ଟାର୍ଗେଟ କାଲେ ପ୍ରିୟଙ୍କା: ଆକାଉଣ୍ଟରେ ୧୫ ଲକ୍ଷ କାହିଁ!!

Ratnamani Moharana

ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

Ratnamani Moharana

1 comment

Leave a Comment