• Home
  • Entertainment
  • ୮୫ବର୍ଷ ବୟସରେ ଅଜୟ ଦେବଗନ୍‌ଙ୍କ ଫିଲ୍ମରେ ଡେବ୍ୟୁ କରିବେ ଏହି ବୃଦ୍ଧା
Entertainment

୮୫ବର୍ଷ ବୟସରେ ଅଜୟ ଦେବଗନ୍‌ଙ୍କ ଫିଲ୍ମରେ ଡେବ୍ୟୁ କରିବେ ଏହି ବୃଦ୍ଧା

ଅଜୟ ଦେବଗନ୍‌ଙ୍କ ସହ ଏହି ବୃଦ୍ଧା ୮୫ବର୍ଷ ବୟସରେ ଡେବ୍ୟୁ କରିବେ ,ଶୁଣିବାକୁ ଆଶ୍ଚର୍ଯ ଲାଗୁଛି କିନ୍ତୁ ଏହା ସତ। ଉତ୍ତରପ୍ରଦେଶର ଲକ୍ଷ୍ମୌରେ ରହୁଥିବା ପୁଷ୍ପା ଜୋସି ,ଅଜୟ ଦେବଗନ୍‌ ଓ ଇଳିୟାନା ଡିକ୍ରୁଜଙ୍କ ଷ୍ଟାରର ସିନେମା ‘ରେଡ୍‌’ ଜରିଆରେ ରୁପେଲି ପରଦାରେ ଡେବ୍ୟୁ କରିବେ।

ସିନେମାରେ ସେ ଅଭିନେତା ସୌରଭ ଶୁକ୍ଳାଙ୍କ ମା’ ଭୂମିକାରେ ନିଜର ଆସିବେ।

ଏହି ସିନେମାର ନିର୍ଦ୍ଦେଶକ ରାଜକୁମାର ଗୁପ୍ତା କହିଛନ୍ତି, ‘ସୁଟିଂ ସମୟରେ ପୁଷ୍ପା ଜୋସି ସେଟରେ ସମସ୍ତଙ୍କର ପସନ୍ଦ ଥିଲେ। ତାଙ୍କର ସ୍ୱଭାବକୁ ଦେଖି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ଏଥିସହିତ ତାଙ୍କର ସେନ୍ସ ଅଫ ହ୍ୟୁମର ମଧ୍ୟ ଖୁବ୍‌ ଭଲ। ୮୫ବର୍ଷ ବୟସରେ ସେ ନିଜ ଅଭିନୟର ସମସ୍ତ ଲାଇନ୍‌କୁ ଟିକିନିଖି କରି ମନେ ରଖୁଥିଲେ। ମୋର ଆଶା ସିନେମାରେ ପୁଷ୍ପା ଓ ତାଙ୍କ ଅଭିନୟକୁ ଦର୍ଶକ ବହୁ ପସନ୍ଦ କରିବେ।

ଉଲ୍ଲେଖଯୋଗ୍ୟ , ଫିଲ୍ମର ସୁଟିଂ ସମୟରେ ଅଜୟ ପୁଷ୍ପାଙ୍କ ଟିକିନିଖି ଯତ୍ନ ନେବାର ଦେଖିବାକୁ ମିଳିଥିଲା। ସେ ସମୂର୍ଣ୍ଣ ଟିମ୍‌ ମେମ୍ବରଙ୍କୁ ମଧ୍ୟ ଏହା ସୂଚିତ କରାଇ ଦେଇଥିଲେ କି ପୁଷ୍ପାଙ୍କ ସମସ୍ତ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଦରକାର, ଯେପରି ତାଙ୍କୁ ଅପେକ୍ଷା କରିବାକୁ ନପଡେ।

୮୫ବର୍ଷ ବୟସରେ ଅଜୟ ଦେବଗନ୍‌ଙ୍କ ଫିଲ୍ମରେ ଡେବ୍ୟୁ କରିବେ ଏହି ବୃଦ୍ଧା ajay puspa

ପଢନ୍ତୁ;

ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ

Related posts

ବିରାଟ-ଅନୁଷ୍କାଙ୍କ ପରେ ଲଣ୍ଡନରେ ବାହା ହେବେ ବଲିଉଡର ଏହି ଅଭିନେତ୍ରୀ

Krishna Kumar Manoj

‘ବ୍ରାଇଡସ୍ ଟୁଡେ ମ୍ୟାଗାଜିନ’ ରେ ଭାଇରାଲ ହେଲା ଇସାବେଲ-କ୍ୟାଟ୍ରିନାଙ୍କ ବ୍ରାଇଡାଲ ଲୁକ

Krishna Kumar Manoj

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More