୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ ଶ୍ରେଷ୍ଠ ଅଭିନେତା ଏବଂ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

ବିଜୟ ମହାନ୍ତିଙ୍କୁ “ଜୀବନବ୍ୟାପୀ ସାଧନା ସମ୍ମାନ”

ରଙ୍ଗାରଙ୍ଗ ପରିବେଶ ଭିତରେ ୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ-୨୦୧୭ କାଲି ସନ୍ଧ୍ୟାରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଟିତ ହୋଇଛି। ଏହି ଉସର୍ବରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ ମହାନ୍ତିଙ୍କୁ ଚଳଚ୍ଚିତ୍ର ହିରୋ ନଂ-ୱାନ ପାଇଁ ଆୱାର୍ଡ ଦିଆଯାଇଛି । ଚଳଚ୍ଚିତ୍ର ଅଭୟ ପାଇଁ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ଜୀବନବ୍ୟାପି ସାଧନା ପୁରସ୍କାର ପାଇଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି।

ମୁଖ୍ୟ ଅତିଥି ଭାବେ ବଲିଉଡ ନୟିକା ରବିନା ଟଣ୍ଡନ, ମିସ ଏସିଆ ଉଇନର ଶ୍ରୀଷ୍ଟି ରାଣା ଏବଂ କମେଡିଆନ ସୁନିଲ ପାଲ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଲୁବୁନ ଟୁବୁନ ଡ୍ୟାନ୍ସ ଗୃପ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଶ୍ରେଷ୍ଠ ବହୁମୁଖି ପ୍ରତିଭାବାନ ଅଭିନେତା ଭାବେ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ, ଶ୍ରେଷ୍ଠ ପ୍ରେରଣାଦାୟକ ଚଳଚ୍ଚିତ୍ର ତୁଳସୀ ଅପା ପାଇଁ ଅମୀୟ ପଟ୍ଟନାୟକଙ୍କୁ, ଶ୍ରେଷ୍ଠ ନିର୍ଦ୍ଦେର୍ଶକ ଭାବେ ତାପସ ସରଘରିଆ ଆଦି ୨୮ ଜଣଙ୍କୁ ପୁରସ୍କୁତ କରାଯାଇଥିଲା।

ତରଙ୍ଗ ସିନେ ପ୍ରଡକ୍ସନ୍ ପ୍ରଯୋଜିତ ‘ହିରୋ ନଂ ୧’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିବା ବେଳେ ‘ହିରୋ ନଂ ୧’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାବୁଶାନ୍ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା, ‘ଅଭୟ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ‘ତୁ ମୋ ଲଭଷ୍ଟୋରି’ ପାଇଁ ତାପସ ସରଘରିଆଙ୍କୁ ଶ୍ରେଷ୍ଠ ନିର୍ଦେଶକ, ଅଭୟ ଚଳଚ୍ଚିତ୍ର ପାଇଁ ମନୋଜ ମିଶ୍ରଙ୍କୁ ଶ୍ରେଷ୍ଠ ଖଳ ଅଭିନେତା, ‘କାବୁଲା ବାରବୁଲା’ ପାଇଁ ପପୁ ପମପମ୍ ତଥା ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ଟ୍ରଫି ପ୍ରଦାନ କରାଯାଇଥିଲା।

ସେହିପରି ଏହି ଆୱାର୍ଡଶୋ ରେ ଓଲିଓଡର ଶେଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ୨୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ମିସ୍ ଏସିଆ ପେସିଫିକ୍ ସ୍ରିଷ୍ଟି ରାଣାଙ୍କୁ ଗୋଲଡେନ୍ ବିଉଟି ସମ୍ମାନ ପ୍ରଦାନ କରାଯାଇଥିଲା।

ପଢନ୍ତୁ;

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More