Entertainment

୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭

ଓଲିଉଡର ସର୍ବବୃହତ ତଥା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର “୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭ ” ଆସନ୍ତା ମାର୍ଚ୍ଚ ୪ ତାରିଖରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ ବେଶ ଧୂମଧାମରେ ଆୟୋଜିତ ହେବ । ଓଡିଆ ଫିଲ୍ମ ଫେୟାରକୁ ଅଧିକ ରୁଚିଶିଳ କରିବା ପାଇଁ ରୁଚି ମସଲା ସହଯୋଗର ହାତ ବଢେଇଛି ବୋଲି ପ୍ରକାଶ କରିଥିଲେ ରୁଚିର ପରିଚାଳନା ଶ୍ରୀଯୁକ୍ତ ଶରତ କୁମାର ସାହୁ ।

ଚଳିତବର୍ଷ ମୋଟରେ ୨୯ଟି ବିଭିର୍ଣ ବର୍ଗରେ ବିଶିଷ୍ଟ ସିନେତାରକାମାନଙ୍କୁ ପୁରସ୍କୃତ କରାଯିବ । ଜୀବନ ବ୍ୟାପୀ ସାଧନ ପୁରସ୍କାରରେ ବର୍ଷୀୟାନ ଅଭିନେତା ଶ୍ରୀଯୁକ୍ତ ବିଜୟ ମହାନ୍ତିଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରକାଶ କରିଛନ୍ତି ଓଫାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବାପୁ ଲେଙ୍କା । ଜୀବନ ବ୍ୟାପୀ ସାଧନ ପୁରସ୍କାରରେ ୨୫୦୦୦ ଟଙ୍କାର ଅର୍ଥରାଶି,ପ୍ରମାଣ ପତ୍ର ଓ ଫିଲ୍ମ ଫେୟାର ଟ୍ରଫି ପ୍ରଦାନ କରାଯିବ ।

୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡର ବିଭାଗ ଗୁଡିକ ହେଲା :-

୧- ଜୀବନ ବ୍ୟାପି ସାଧନ ପୁରସ୍କାର
୨- ଆଇକନ ଅଫ ଦି ଇୟର
୩ – ଶ୍ରେଷ୍ଠ ଅଭିନେତା
୪ – ଶ୍ରେଷ୍ଠ ଅଭିନେତ୍ରୀ
୫ – ଶ୍ରେଷ୍ଠ ଉଦିୟମାନ ଅଭିନେତା
୬ –  ଶ୍ରେଷ୍ଠ ଉଦିୟମାନ ଅଭିନେତ୍ରୀ
୭ – ଶ୍ରେଷ୍ଠ ଖଳ ଅଭିନେତା
୮ – ଶ୍ରେଷ୍ଠ ଖଳ ଅଭିନେତ୍ରୀ
୯ –  ଶ୍ରେଷ୍ଠ ଚରିତ୍ର ଅଭିନେତା
୧୦ – ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ
୧୧ – ଶ୍ରେଷ୍ଠ ନିର୍ଦେଶକ
୧୨ – ଶ୍ରେଷ୍ଠ ଚଳଚିତ୍ର
୧୩ – ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ
୧୪ – ଶ୍ରେଷ୍ଠ ପ୍ରଛଦପଟ ଗାୟକ
୧୫ – ଶ୍ରେଷ୍ଠ ପ୍ରଛଦପଟ ଗାୟୀକା
୧୬ – ଶ୍ରେଷ୍ଠ ଗୀତିକାର
୧୭ – ଶ୍ରେଷ୍ଠ ଚିତ୍ରନାଟ୍ୟ
୧୮ – ଶ୍ରେଷ୍ଠ ସଂଳାପ ଲେଖକ
୧୯ – ଶ୍ରେଷ୍ଠ ଚିତ୍ରୋତଳନ
୨୦ – ଶ୍ରେଷ୍ଠ ସଂପାଦକ
୨୧ –  ଶ୍ରେଷ୍ଠ ନବାଗତ ଅଭିନେତା
୨୨ – ଶ୍ରେଷ୍ଠ ନବାଗତ ଅଭିନେତ୍ରୀ
୨୩ – ଶ୍ରେଷ୍ଠ ଟେକନିସିଆନ ( ଲାଇଟ ବୟ )
୨୪ – ଶ୍ରେଷ୍ଠ ଅଭିନେତ୍ରୀ (ଲୋକଙ୍କ ପସନ୍ଦ )
୨୫ – ଶ୍ରେଷ୍ଠ ଚଳଚିତ୍ର ସମ୍ବାଦଦାତା
୨୬ – ଶ୍ରେଷ୍ଠ ଚଳଚିତ୍ର ନାମକରଣ
୨୭ – ଶ୍ରେଷ୍ଠ ପ୍ରେରଣାଦାୟକ ଚଳଚିତ୍ର
୨୮ – ଶ୍ରେଷ୍ଠ ଅଭିନେତ୍ରୀ (ଜୁରୀ)
୨୯ – ଶ୍ରେଷ୍ଠ ଭର୍ସାଟାଇଲ ଅଭିନେତା
୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭ OFFA 1
ପଢନ୍ତୁ ;

ଆଜି ଶ୍ରୀଦେବୀଙ୍କ ଶେଷଯାତ୍ରା : ଅନ୍ତିମ ଦର୍ଶନ ପାଇଁ ବଲିଉଡ୍‌ କଳାକାରଙ୍କ ଭିଡ

Related posts

‘ଜିରୋ’ ସିନେମାରେ କ୍ୟାଟ୍ରିନାଙ୍କ ହିରୋ କିଏ ଜାଣନ୍ତୁ

ENO Beuro

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

ENO Beuro

Popular Dance Reality Show Dance India Dance (DID) Season 6 Audition Held In Odisha Capital

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More