• Home
  • Entertainment
  • ୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ : ମାର୍ଚ୍ଚ ୪ ତାରିଖରେ ଝୁମିବ ପ୍ରଦର୍ଶନୀ ପଡିଆ , ଝୁମିବେ ଦର୍ଶକ
Entertainment

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ : ମାର୍ଚ୍ଚ ୪ ତାରିଖରେ ଝୁମିବ ପ୍ରଦର୍ଶନୀ ପଡିଆ , ଝୁମିବେ ଦର୍ଶକ

ରବିନା ଟଣ୍ଡନଙ୍କ ସହ ଝୁମିବ ଭୁବନେଶ୍ଵର

ଓଲିଓଡର ସର୍ବବୃହତ୍ତ ତଥା ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ଉସର୍ବ “୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭” ଆସନ୍ତା ମାର୍ଚ୍ଚ ୪ ତାରିଖରେ ରାଜଧାନୀ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆ ଠାରେ ବେଶ ଧୁମଧାମରେ ଆୟୋଜିତ ହେବ ବୋଲି ଆଜି ଭୁବନେଶ୍ଵରସ୍ଥିତ ଶ୍ୟାଣ୍ଡି ଟାୱାର ପରିସରରେ ଆୟୋଜିତ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଓଡିଆ ଫିଲ୍ମ ଫେୟାର ଆୱାର୍ଡର ଆୟୋଜକମାନେ।

ଓଡିଶାର ଅଗ୍ରଣୀ ଇଭେନ୍ଟ ମ୍ୟାନଜମେଣ୍ଟ ଗ୍ରୁପ ହ୍ଵାଇଟି କାନଭାସ ଓ ପ୍ରତିଷ୍ଟିତ ମସଲା ଉଦ୍ୟାଗ ରୁଚିର ମିଳିତ ଉଦ୍ୟମରେ ଚଳିତବର୍ଷ ଆୟୋଜିତ ହେବାକୁ ଯାଉଛି ଓଲିଓଡର ସର୍ବବୃହତ୍ତ ତଥା ସର୍ବଶ୍ରେଷ୍ଠ ଚଳଚିତ୍ର ସିନେପୁରସ୍କାର ଉସର୍ବ ୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭ , ୨୦୧୦ ମସିହାରୁ ଆୟୋଜିତ ହୋଇଆସୁଥିବା ଓଡିଆ ଫିଲ୍ମ ଫେୟାର ଆୱାର୍ଡର ୮ମ ସଂସ୍କରଣ ଅନେକ ଭିନ୍ୟତା ଓ ସ୍ଵତନ୍ତ୍ରତା ନେଇ ଅନୁଷ୍ଟିତ ହେବ ବୋଲି ଆଜି ପ୍ରେସ ବିଜ୍ଞପ୍ତିରେ ଫିଲ୍ମ ପ୍ରକାଶ କରିଛନ୍ତି ଓଫାର ପ୍ରତିଷ୍ଠିତା ଓ ଅଧକ୍ଷ ଉଲ୍ଲାସ ବେହୁରା। ଓଡିଆ ଫିଲ୍ମ ଫେୟାରକୁ ଅଧିକ ରୁଚିଶିଳ କରିବା ପାଇଁ ରୁଚି ମସଲା ସହଯୋଗର ହାତ ବଢେଇଛି ବୋଲି ପ୍ରକାଶ କରିଥିଲେ ରୁଚିର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଶରତ କୁମାର ସାହୁ।

ଚଳିତ ବର୍ଷ ୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭ର ମୁଖ୍ୟ ଆକର୍ଷଣ ଭାବେ ବଲିଓଡର ଚୁଲବୁଲି ନାୟିକା ରବୀନା ଟଣ୍ଡନ , କମେଡିୟାନ ସୁନୀଲ ପାଲ , ମିସ ଏସିଆର ବିଜେତା ସ୍ରିଷ୍ଟି ରାଣା ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି। ଓଫାର ନିର୍ଦେଶକ ସ୍ମୃତିଶକ୍ତି ସାମନ୍ତରାୟ , ଚିଣ୍ଟୁ ମିଶ୍ର , ସୌମ୍ୟଜିତ ପରିଡା। ଓଲିଓଡ ଓ ବଲିଓଡର ବିଶିଷ୍ଠ ଶିଳ୍ପୀମାନେ ନୁର୍ତ୍ୟ , କମେଡୀ ପରିବେଷଣ କରିବେ।

ଦର୍ଶକମାନଙ୍କ ପାଇଁ ଫ୍ରି ପାସର ବ୍ୟବସ୍ଥା କରାଯାଇଥିବା ଇ ନ୍ୟୁଜ ଅଫିସ , ବ୍ରାଣ୍ଡଫ୍ୟାକ୍ରୀ ମଲ , ପ୍ରଦର୍ଶନୀ ପଡିଆଠାରେ ଦିନ ୧୦ ଟାରୁ ସନ୍ଧ୍ୟା ୫ଟା ପ୍ରାଯନ୍ତ ଦର୍ଶକ ପାସ ସଂଗ୍ରହ କରିପାରିବେ। ପାଖାପାଖି ୬୦୦୦ ଦର୍ଶକମାନେ ବସିବାର ସୁବନ୍ଦାବସ୍ଥ କରାଯାଇଛି।

ଆଜିର ପ୍ରେସବିଜ୍ଞାପ୍ତରେ ଅନ୍ୟମାନଙ୍କ ମଧ୍ୟରେ ରୁଚିର ନିର୍ଦେଶକ ଅରବିନ୍ଦ ସାହୁ , ଓଫାର ଉପଦେଷ୍ଠା ମାନସ ରଞ୍ଜନ କର , ଜଗଦାନନ୍ଦ ତ୍ରିପାଠୀ , ପ୍ରଭୂଚରଣ ମହାନ୍ତି , ପ୍ରଶାନ୍ତ ମହାନ୍ତି , ସୁଚିସ୍ମିତ ପୁର୍ଷ୍ଠୀ , ପ୍ରଦୀପ ସାହୁ , ଜିତେନ୍ଦ୍ର ସାମଲ , ପ୍ରତାପ ପଣ୍ଡା , ସନ୍ତୋଷ ନାୟକ , ଉତ୍କଳ କେସରୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ : ମାର୍ଚ୍ଚ ୪ ତାରିଖରେ ଝୁମିବ ପ୍ରଦର୍ଶନୀ ପଡିଆ , ଝୁମିବେ ଦର୍ଶକ press meeting

ପଢନ୍ତୁ;

ଆଖି ତଳ କଳା ଦାଗ ଦୂରକରିଥାଏ ଏହି “ତେଲ” ! ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ?

Related posts

ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ହେବେ ଜାହ୍ନବୀ କପୁର

Krishna Kumar Manoj

ଆଜି ଶୁଭମୁକ୍ତି ଲାଭ କଲା ଏହି ନୂଆ ଓଡ଼ିଆ ସିନେମା

Krishna Kumar Manoj

ବିରାଟ ଓ ଅନୁଷ୍କାଙ୍କ ପରେ ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିଭାହ କରିବାକୁ ଯାଉଛନ୍ତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More