• Home
  • News
  • ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର
News

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

ଦିଲ୍ଲୀରେ ରାଇସିନା ଡାଇଲଗକୁ ଉଦଘାଟନ କରିବେ ଭାରତ ଗସ୍ତରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ହୋଟେଲ ତାଜ ପ୍ୟାଲେସରେ ୩ଦିନ ଧରି ଚାଲିବ ଏହି ଜିଓ-ପଲିଟିକାଲ ସନଫରେନ୍ସ । ଉଦଘାଟନୀ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ତିନି ଦିନିଆ ଆଲୋଚନା ଚକ୍ରରେ ୯୦ଟି ଦେଶର ପ୍ରାୟ ୫ଶହ ୫୦ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି ।

ନେତନ୍ୟାହୁ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହା ପରେ ଦୁଇ ଦେଶର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମୋଟ ୯ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ନେତନ୍ୟାହୁ ଓ ମୋଦୀଙ୍କ ମଧ୍ୟରେ ବେଶ ଘନିଷ୍ଠତା ଦେଖିବାକୁ ମିଳିଲା । ଦୁଇ ଜଣ ପରସ୍ପରର ପ୍ରଶଂସାରେ ଶତମୁଖ ହୋଇ ପଡ଼ିଥିଲେ । ନେତନ୍ୟାହୁ କହିଛନ୍ତି ଯେତେବେଳେ ମୋଦୀ ଇସ୍ରାଏଲ ଗସ୍ତରେ ଆସିଥିଲା ତାହା କୌଣସି ରକ୍ କନ୍ସର୍ଟ ଠାରୁ କମ ନିଥିଲା ।

ଦୁଇ ଦେଶ ମଧ୍ୟରେ ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ମିଳିତ ଭାବେ କାର୍ୟ୍ୟ କରିବା ପାଇଁ ସହମତି ପ୍ରକାଶ ପାଇଛି । ସାଇବର ସୁରକ୍ଷା ଛଡ଼ା ଫିଲ୍ମ ନିର୍ମାଣ, ପେଟ୍ରୋଲିୟମ, ଇନଭେଷ୍ଟ ଇଣ୍ଡିଆ ଇନଭେଷ୍ଟ ଇସ୍ରାଏଲ କୁ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ସୌର ଶକ୍ତି କ୍ଷେତ୍ରରେ ମଧ୍ୟ ଦୁଇ ଜଣ ମିଳି ମିଶି କାମ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରାରମ୍ଭିକ ପଂକ୍ତିକୁ ଇସ୍ରାଇଲ ଭାଷାରେ ସମ୍ବୋଦ୍ଧିତ କରିଥିଲେ । ମୋଦୀ ନେତନ୍ୟାହୁଙ୍କୁ ‘‘ବିବି’’ କହି ସମ୍ବୋଦ୍ଧିତ କରିଥିଲେ । ଇସ୍ରାଏଲ ଭାଷାରେ ବିବି ଶବ୍ଦର ଅର୍ଥ ହୋଇଛି ଭଲ ସାଙ୍ଗ । ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଫିଲ୍ମ, ସ୍ଟାର୍ଟ ଅପ ଇଣ୍ଡିଆ, ରକ୍ଷା ଓ ନିବେଶକୁ ନେଇ ସହମତି ହୋଇଛି । ମୁଁ ଆଶା କରୁଛି ଯେ ଦୁଇ ଦେଶ ପରସ୍ପରର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରିବେ । ମୋଦୀ କହିଥିଲେ ଯେ ଏହା ଏକ ଅତ୍ୟନ୍ତ ଖୁସୀର ବିଷୟ ଯେ ଦେଶରେ ଲୋହଡ଼ୀ, ମକର ସଂକ୍ରାନ୍ତି ଓ ପୋଙ୍ଗଳ ଭଳି ପର୍ବ ଚାଲିଥିବା ବେଳେ ମିତ୍ର ନେତନ୍ୟାହୁ ଭାରତ ଗସ୍ତରେ ଆସିଛନ୍ତି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର india and isral

ପଢନ୍ତୁ ;

ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ”

Related posts

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ୧୯ରେ ହୋଇପାରେ ପ୍ରବଳ ବର୍ଷା

Krishna Kumar Manoj

କୋଫି ଆନନ୍‌ଙ୍କ ପରଲୋକ

Krishna Kumar Manoj

Odisha Police Issued Guidelines For Hotels, Lodges & Guest Houses

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More