News

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍ମାର୍ଟ ସିଟି ଚୂଡାନ୍ତ ତାଲିକାରେ ଶୁକ୍ରବାର ଆଉ ୯ଟି ସହରକୁ ସାମିଲ କରାଯାଇଛି । ଶୁକ୍ରବାର ଗୃହନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରି ଏହି ଚୂଡାନ୍ତ ତାଲିକା ସମ୍ପର୍କରେ ଘୋଷଣା କରିଛନ୍ତି । ସ୍ମାର୍ଟ ସିଟି ପାଇଁ ଦାଖଲ କରାଯାଇଥିବା ସହରର ନାମାଙ୍କନରୁ ଏ ସହରଗୁଡ଼ିକୁ ଚୟନ କରାଯାଇଥିଲା। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌ ମଧ୍ୟରେ ଆସୁ ନ ଥିବା ବାକି ସହର ସବୁକୁ ଅଗ୍ରାହ୍ୟ କରାଯାଇଛି।

ଏହି ସହରଗୁଡିକ ହେଲା , ଉତ୍ତର ପ୍ରଦେଶ ନାମାଙ୍କନ କରିଥିବା ୪ଟି ସହର, ତାମିଲନାଡୁ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଁଏ ସହରକୁ ଅଗ୍ରାହ୍ୟ କରାଯାଇଛି।
ବିହାର, ଅରୁଣାଚଳ ପ୍ରଦେଶ, କେରଳ, ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ସିକିମରୁ ଗୋଟିଏ ଲେଖାଁଏ ସହର ସ୍ମାର୍ଟ ସିଟି ତାଲିକାଭୁକ୍ତ ହୋଇଛି। ତାଲିକାଭୁକ୍ତ ୯ଟି ସହରରେ ରହିଛି ଉତ୍ତର ପ୍ରଦେଶର ତିନିଟି ସହର- ବରେଲି, ସାହାରଣପୁର ଏବଂ ମୋରାଦାବାଦଏହାକୁ ମିଶାଇ ସ୍ମାର୍ଟ ସିଟିର ଚୂଡାନ୍ତ ତାଲିକା (୯୯ଟି ସହର) ପ୍ରକାଶ ପାଇଛି । ଓଡିଶାର ଭୁବନେଶ୍ୱର ଓ ରାଉରକେଲା ଯଥାକ୍ରମେ ପ୍ରଥମ ଓ ତୃତୀୟ ତାଲିକାରେ ସ୍ଥାନ ପାଇସାରିଛି ।

ଅନ୍ୟ ୬ଟି ସହର ହେଉଛି ତାମିଲନାଡୁର ଏରୋଡ଼, ବିହାରର ବିହାର ସରିଫ୍‌, ଦାଦ୍ରା ଏବଂ ନଗର ହାବେଳିର ସିଲ୍‌ଭାସା, ଡାମନ୍‌ ଓ ଡିୟୁର ଡାମନ୍‌, ଲକ୍ଷାଦ୍ୱୀପର କାବରତି ଏବଂ ଅରୁଣାଚଳ ପ୍ରଦେଶର ଇଟାନଗର।

ଦିଲ୍ଲୀର ପଡ଼ୋଶୀ ଗାଜିଆବାଦ, ମିରଟ, ରାୟବରେଲି ଏବଂ ରାମପୁର ସ୍ମାର୍ଟ ସିଟି ତାଲିକାଭୁକ୍ତ ହୋଇ ପାରିନାହିଁ।

୨୦୧୬ରେ ନିଉ ଟାଉନ୍‌ କୋଲକାତା ସ୍ମାର୍ଟ ସିଟି ତାଲିକାଭୁକ୍ତ ହେବା ପରେ ପଶ୍ଚିମବଙ୍ଗ ତରଫରୁ ଏଥର କୌଣସି ସହର ପାଇଁ ନାମାଙ୍କନ ଆସିନାହିଁ ।

ପଢନ୍ତୁ ;

ବିଜେପିରେ ସାମିଲ ହେବେ ଓଲିଉଡର ତାରକା ମିହିର ଦାସ ଓ ଅନୁ ଚୌଧୁରୀ

Related posts

ଓଡ଼ିଆ ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କ

Ratnamani Moharana

ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ

Ratnamani Moharana

ସାଧାରଣ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଉପରେ ପଡିବ ଜିଏସଟି ର ପ୍ରଭାବ

ENO Beuro

Leave a Comment