• Home
  • Entertainment
  • ପୁଞ୍ଜିଲାଲଙ୍କ ଷଡଯନ୍ତ୍ରକୁ ନେଇ ତିଆରି ହେବ ଚଳଚିତ୍ର “ବୁଲେଟ ରାଜା”
Entertainment

ପୁଞ୍ଜିଲାଲଙ୍କ ଷଡଯନ୍ତ୍ରକୁ ନେଇ ତିଆରି ହେବ ଚଳଚିତ୍ର “ବୁଲେଟ ରାଜା”

” ବୁଲେଟ ରାଜା”

ବହୁଚର୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ତିଆରି ହେବ ଚଳଚିତ୍ର। ନାମକରଣ ସରିଛି। କଳାକାର ଚିହ୍ନଟ ବି ସରିଛି। ଖୁବ ଶୀଘ୍ର ଶୁଟିଙ୍ଗ ଆରମ୍ଭ ହେବ। ଫିଲ୍ମର ନାଁ ରହିବ ” ବୁଲେଟ ରାଜା”।

ଫିଲ୍ମରେ ପ୍ରତିଟି ଚରିତ୍ର ଜୀବନ୍ତ କରିବା ପାଇଁ ପ୍ରଯୋଜକ ଚେଷ୍ଟା କରିବେ ବୋଲି କହିଛନ୍ତି। କିଭଳି ଜଣେ ପଦବୀ ପାଇଁ ରାତି ରାତି ଅନିଦ୍ରା ରହି ରସର୍ଚ୍ଚ କରି ପାର୍ସଲ ବୋମା ତିଆରି କରି ଏଭଳି ଜଘନ୍ୟ କାଣ୍ଡ ରଚାଇପାରେ ତାହା ସିନେମାରେ ନିଖୁଣଭାବେ ଦର୍ଶାଯିବ। ସୌମ୍ୟଶେଖର ଓ ରୀମାଙ୍କ ପ୍ରେମ କାହାଣୀ ଠାରୁ ଆରମ୍ଭ କରି ପାର୍ସଲ ଆସିବା ଓ ତାଙ୍କୁ ୩ଜଣ ଖୋଲିବା ଏବଂ ଏହାସହ ବିସ୍ଫୋରଣରେ ସୌମ୍ୟଶେଖର ଓ ଜେଜେ ମା’ଙ୍କ ମୃତ୍ୟୁ ଘଟିବା ଆଦି ବିଷୟବସ୍ତୁ ରଖାଯିବ।

ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ନଜର ଆସିବେ ହର ରଥ। ସେହିଭଳି କ୍ରାଇମ ବ୍ରାଞ୍ଚ ଅଫିସର ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିବେ ମନୋଜ ମିଶ୍ର। ଏହି ଫିଲ୍ମ ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜକ କହିଛନ୍ତି। ଶୁଟିଂର ଏକାଧିକ ଅଂଶ ପାଟଣାଗଡରେ କରାଯିବ ବୋଲି ସେ କହିଛନ୍ତି। କାହାଣୀକୁ ଅଧିକ ରୁଚିକର ଓ ଜୀବନ୍ତ କରିବା ପାଇଁ ପ୍ରଯୋଜକ ମୃତ ସୌମ୍ୟଶେଖରଙ୍କ ମା’ ଓ ରୀମାରାଣୀଙ୍କ ସହ କଥା ହେବେ। ଏହାସହ ଅଧିକ କିଛି ତଥ୍ୟ ଜାଣିବା ପାଇଁ ପୋଲିସର ଅନୁମତି ନେଇ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ସହ କଥା ହେବେ।

ପୁଞ୍ଜିଲାଲଙ୍କ ଷଡଯନ୍ତ୍ରକୁ ନେଇ ତିଆରି ହେବ ଚଳଚିତ୍ର “ବୁଲେଟ ରାଜା” wedding gift blast movie

ପଢନ୍ତୁ; କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଚୀନରେ ୩୦୦ କୋଟି ଛୁଇଁଲା ଏହି ସିନେମା

Krishna Kumar Manoj

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

Krishna Kumar Manoj

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More