SPORTS

୧୯୯୨ ମସିହା ପରେ ପ୍ରତି ବିଶ୍ଵ କପରେ ବଦଳୁଛି ଟିମ୍ ଭାରତର ଜର୍ସି

Jersy

ଭାରତ  ବିଶ୍ଵ କପ  କେବଳ ଭାରତ ନୁହେଁ ସାରା ବିଶ୍ବରେ ଏହାର କ୍ରେଜ ବହୁତ। ତେବେ ଏହି ମ୍ୟାଚର ପ୍ରତୀଟି ଛୋଟ ଛୋଟ ଜିନିଷ ଉପରେ ସମସ୍ତଙ୍କ ନଜର ଥାଏ। ତେବେ ଏହି ମ୍ୟାଚର ଅନ୍ୟତମ ଏକ ବିଶେଷତ୍ଵ ହେଲା ପ୍ରତୀଟି ଦଳ ଜର୍ସି। ଭାରତ ୧୯୯୨ ମସିହା ପରେ ପ୍ରତି ୱାଲର୍ଡ କପରେ ନୂଆ ଜର୍ସି  ପିନ୍ଧି ମଇଦାନକୁ ଆସିଛନ୍ତି ଭାରତୀୟ ଖେଳାଳି। ତେବେ ଆସନ୍ତୁ ଜାଣିବା କେଉଁ ବର୍ଷ କି ରଙ୍ଗର ଜର୍ସି ପିନ୍ଧିଥିଲେ ଭାରତୀୟ ଖେଳାଳି।

୧୯୭୫ ମସିହାରେ ସର୍ବ ପ୍ରଥମେ ବିଶ୍ଵ କପ  ଖେଳା ଯାଇଥିଲା। ସେହି ସମୟରେ ରଂଗୀନ ଜର୍ସିର ଚଳନ ନଥିଲା। ୧୯୭୫ ମସିହାରୁ ୧୯୮୭ ମସିହା ଯାଏଁ ଖେଳା ଯାଇଥିବା ପ୍ରତ୍ୟେକ ବିଶ୍ଵକପରେ ସବୁ ଟିମ୍‌ ଧଳା ଜର୍ସି ପିନ୍ଧି ଖେଳୁଥିଲେ। ୧୯୯୨ ମସିହାରୁ ରଂଗୀନ ଜର୍ସି ପିନ୍ଧିବାର ଚଳନ ଆରମ୍ଭ ହୋଇଥିଲା।

୧୯୯୨ ମସିହାର ବିଶ୍ଵକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଟିମ୍‌ ଇଂଡିଆର ଜର୍ସିର ରଂଗ ନୀଳ ଥିଲା ଓ କାନ୍ଧରେ ଲାଲ ଓ ଧଳା ରଂଗର ପଟି ଥିଲା।

୧୯୯୬ ମସିହାରେ ବିଶ୍ଵକପ ଭାରତ ଓ ପାକିସ୍ତାନରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଟିମ୍‌ ଇଂଡିଆର ଜର୍ସିର ରଂଗ ଆକାଶୀ ରଂଗର ଥିଲା। ଏହା ସହ ଛାତିରେ ବିସିସିଆଇର ଲଗୋ ଥିଲ ଓ କୋଲାରରେ ହଳଦିଆ ରଂଗ ଥିଲା।

୧୯୯୯ ସମିହାରେ ଇଂଲାଣ୍ଡରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଇଂଡିଆ ଟିମ୍‌ର ଜର୍ସିର ରଂଗ ଆକାଶୀ ରଂଗ ଥିଲା। ଏହା ସହ ଆଗରେ ହଳଦିଆ ରଂଗର ଡିଜାଇନ୍‌ ଥିଲା। ଡିଜାଇନ୍‌ର ବାଁ ପଟେ ବିସିସିଆଇ ଲେଖାଯାଇଥିଲା

୨୦୦୩ ସମିହାରେ ବିଶ୍ଵକପ ସାଉଥ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଇଂଡିଆ ଟିମ୍‌ର ଜର୍ସିର ରଂଗ ଗାଢ ଆକାଶୀ ରଂଗ ଥିଲା। ଏହା ସହ ଛାତିରେ ତିରଂଗା ହେବା ସହ କାନ୍ଧରେ କଳା ରଂଗର ଷ୍ଟ୍ରିପ୍‌ ଥିଲା।

୨୦୧୧ ବିଶ୍ଵକପ ଭାରତ, ଶ୍ରୀଲଙ୍କା ଓ ବାଙ୍ଗଲାଦେଶରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଭାରତୀୟ ଟିମ୍‌ର ଜର୍ସିର ରଂଗ ନୀଳ ଥିଲା। ବାହୁରୁ ଅଣ୍ଟା ଯାଏଁ ତିରଂଗାର ଚିତ୍ର ଥିଲା ଓ ବିସିସିଆଇ ମଧ୍ୟ ଲେଖାଯାଇଥିଲା।

୨୦୧୫ ମସିହାରେ ବିଶ୍ଵକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିଲା। ଏହି ବିଶ୍ଵକପରେ ଇଂଡିଆ ଟିମ୍‌ ଜର୍ସିର ରଂଗ ଫିକା ନୀଳ ରଂଗ ଥିଲା। ଆଗରେ ଷ୍ଟାର ଇଂଡିଆର ଲଗୋ ଓ ବାଁ ପଟେ ବିସିସିଆଇର ଲୋଗୋ ଥିଲା।

ଗତ ୱାଲର୍ଡ କପ୍‌ ଭଳି ଚଳିତ ବର୍ଷ ବିଶ୍ଵକପରେ ମଧ୍ୟ ଭାରତୀୟ ଟିମ୍‌ ନୂଆ ଡର୍ସି ପିନ୍ଧି ଖେଳିବ। 2୦୧୯ ମସିହା ବିଶ୍ଵକପ ପାଇଁ ପ୍ରସ୍ତୁତ ହୋଇଥିବା ଭାରତୀୟ ଟିମ୍‌ର ଜର୍ସି ବହୁତ ଷ୍ଟାଇଲିସ୍ ଲାଗୁଛି। ଏଥିରେ ଜର୍ସିରେ ଉଭୟ ଫିକା ଓ ଗାଢ ନୀଳ ରଂଗ ଦିଆଯାଇଛି। ଜର୍ସିରେ ଦୁଇଟି କଲର ସେଡ୍‌ସ ଦିଆଯିବା ସହ ଆଗରେ ଅପୋ ଇଂଡିଆ ବ୍ରାଣ୍ଡିଗଂର ଲୋଗୋ ଅଛି। ଛାତିରେ ବିସିସିଆଇର ଲୋଗୋ ମଧ୍ୟ ଅଛି।
ପଢନ୍ତୁ: ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ହେବ: ରବି ଶାସ୍ତ୍ରୀ

Related posts

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ENO Beuro

ଦ୍ୱିତୀୟ ଟେଷ୍ଟ: ଭାରତ ୧୦୭ରନରେ ଅଲଆଊଟ,ଆଣ୍ଡରସନ୍‌ଙ୍କୁ ୫ ୱିକେଟ

ENO Beuro

Leave a Comment