ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବୁଧବାର ଦୟାୱେଷ୍ଟ୍ କେନାଲ ପଟିଆ-ଇଞ୍ଜଣା ବ୍ରିଜ୍ ନିକଟ ହଠାତ୍ ଲୋକାରଣ୍ୟ ହୋଇପଡ଼ିଥିଲା। ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଗଦା ହୋଇ ରହିଥିଲା ମାଳମାଳ ମଣିଷ ଖପୁରି।
ବୁଧବାର ଦୟାୱେଷ୍ଟ୍ କେନାଲ ପଟିଆ-ଇଞ୍ଜଣା ବ୍ରିଜ୍ ନିକଟ ହଠାତ୍ ଲୋକାରଣ୍ୟ ହୋଇପଡ଼ିଥିଲା। ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଗଦା ହୋଇ ରହିଥିଲା ମାଳମାଳ ମଣିଷ ଖପୁରି। ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୧୪ ଖପୁରି। କେବଳ ଖପୁରି ନୁହେଁ, ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ହାଡ଼ ପଡ଼ିରହିଥିଲା। ଗୋଡ଼, ହାତ ଓ ପିଞ୍ଜରା ଆଦିର ହାଡ଼ ପାହାଡ଼ ସଦୃଶ ଗଦା ହୋଇଥିଲା। ଦେଖିଲେ ଦେହ ଶୀତେଇ ଉଠୁଥିଲା। ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ଘଟଣାସ୍ଥଳରେ। ଶହ ଶହ ଲୋକ ଘଟଣା କ’ଣ ଜାଣିବାକୁ ଘଟଣାସ୍ଥଳକୁ ଛୁଟିଥିଲେ।ଖବର ପାଇ ପୁଲିସ ଟିମ୍ ବି ସେଠାରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲା ଓ ହାଡ଼ ସବୁ ଯାଞ୍ଚ ପାଇଁ ସଂଗ୍ରହ କରିଥିଲା। ୧୪ ଖପୁରି ସହ ପୁଲିସ ୨ ବସ୍ତା ହାଡ଼ ଜବତ କରିଛି। ପରୀକ୍ଷା ଲାଗି ହାଡ଼ଗୁଡ଼ିକୁ ଭୁବନେଶ୍ବର ଏମ୍ସ ଏଫ୍ଏମ୍ଟି ବିଭାଗକୁ ପଠାଯାଇଛି। ହାଡ଼ଗୁଡ଼ିକ ୧୦ରୁ ୧୫ ବର୍ଷ ତଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେଥିରେ ଛୋଟ ପିଲାଙ୍କ ଖପୁରି ଥିବା ସନ୍ଦେହ କରାଯାଉଛି।
ବୁଧବାର ଏହି ରାସ୍ତାରେ ଯାଉଥିବା ଜନୈକ ବ୍ୟକ୍ତି ପୋଲ ନିକଟରେ କୌଣସି କାରଣରୁ ଅଟକି ଥିଲେ। ପୋଲ ତଳକୁ ହଠାତ୍ ତାଙ୍କ ନଜର ପଡ଼ିଥିଲା। ଗୋଟିଏ ସ୍ଥାନରେ ଗୁଡ଼ାଏ ମଣିଷ ଖପୁରି ଓ ଅନ୍ୟାନ୍ୟ ହାଡ଼ ଗଦା ହୋଇଥିବା ଦେଖି ସେ ଭୟ କରିଯାଇଥିଲେ। ସେହି ବାଟ ଦେଇ ଯାଉଥିବା ଅନ୍ୟମାନଙ୍କୁ ସେ ଏ କଥା ଜଣାଇବା ପରେ ଧୀରେ ଧୀରେ କଥା ପ୍ରଘଟ ହୋଇଥିଲା। ଏକାଠି ହୋଇ କିଛି ଲୋକ ପୋଲ ତଳକୁ ଯାଇ ପାହାଡ଼ ଭଳି ହାଡ଼ ଗଦା ଦେଖି ଚକିତ ହୋଇପଡ଼ିଥିଲେ। ତୁରନ୍ତ ସେମାନେ ମଞ୍ଚେଶ୍ବର ଥାନା ପୁଲିସକୁ ଖବର ଜଣାଇଥିଲେ। ପୋଲ ତଳେ ଏତେ ଗୁଡ଼ାଏ ମଣିଷ ହାଡ଼ ପଡ଼ିଥିବା ଖବର ପାଇବା ମାତ୍ରେ ଏସିପି ସଂଜୀବ ଶତପଥୀ ଓ ଆଇଆଇସି ସୁଧୀର ସାହୁ ଦଳବଳ ନେଇ ସେଠାରେ ପହଞ୍ଚି ଥିଲେ।
ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଖାପାଖି ଦୁଇ ଘଣ୍ଟାର ଯାଞ୍ଚ ପରେ ସେଠାରୁ ୧୪ଟି ଖପୁରି ଓ ୨୩ ହାତ ଗୋଡ଼ର ହାଡ଼ ଜବତ କରାଯାଇଥିଲା। ଦୁଇଟି ବସ୍ତାରେ ଭର୍ତ୍ତି କରି ଯାଞ୍ଚ ପାଇଁ ଫରେନ୍ସିକ୍ ଲାବ୍କୁ ନିଆଯାଇଥିଲା। ଗୋଟିଏ ପୋଲ ତଳେ ଏତେ ଗୁଡ଼ାଏ ମଣିଷ ଖପୁରି ଓ ହାଡ଼ ମିଳିବା ଘଟଣାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। କେହି କେହି ଏହାକୁ ବଳି ବୋଲି କହୁଥିବା ବେଳେ କେହି କେହି ଗୁଣିଗାରେଡ଼ିର କଥା ବୋଲି କହୁଛନ୍ତି। ଗୁଜବ ଭଳି ମନେ ହେଉଥିଲେ ବି ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। କିନ୍ତୁ ପୁଲିସ ସୂଚନା ମୁତାବକ ଏହି ହାଡ଼ଗୁଡ଼ିକ ପ୍ରାୟତଃ ୧୦/୧୫ ବର୍ଷ ତଳର। ତଦନ୍ତ ପରେ ଜଣାପଡ଼ିବ ଏତେ ପରିମାଣର ହାଡ଼ କେଉଁଠୁ ଆସି ଏଠି ଗଦା ହୋଇଛି। ବଳି କିମ୍ବା ଗୁଣିଗାରେଡ଼ି କଥାକୁ ପୁଲିସ ସ୍ବାଭାବିକ ଭାବେ ଗ୍ରହଣ କରିନାହିଁ।
ଫରେନ୍ସିକ୍ ଲାବ୍ର ଜଣେ ଅଧିକାରୀଙ୍କ ସୂଚନାନୁସାରେ କୌଣସି ମେଡିକାଲ କଲେଜରେ ଗବେଷଣା ପାଇଁ ରହିଥିବା ମଣିଷ ମୃତଦେହର ଏହି କଙ୍କାଳଗୁଡ଼ିକ ଏଠାରେ ଫିଙ୍ଗି ଦିଆଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ସେହିଭଳି ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଟ୍ଟାଳିକା ତିଆରି ହେଉଛି। ପୂର୍ବରୁ ଶ୍ମଶାନ କିସମ ଥିବା ଜମି ବି ବାଦ୍ ପଡ଼ୁନାହିଁ। ତେଣୁ ବହୁ ବର୍ଷ ପୂର୍ବେ ମାଟି ତଳେ ପୋତା ହୋଇଥିବା ଶବଗୁଡ଼ିକର କଙ୍କାଳ ବାହାରି ଥାଇପାରେ ଓ ବିଲ୍ଡର୍ସଙ୍କ ଶ୍ରମିକମାନେ କଙ୍କାଳଗୁଡ଼ିକୁ ବସ୍ତାରେ ପୂରାଇ ଏହି ପୋଲ ତଳେ ଫୋପାଡ଼ି ଦେଇଥିବା ସନ୍ଦେହ ହେଉଛି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ନିକଟରେ ଥିବା ଏକ ବସ୍ତିର ଲୋକେ ଗୁଣିଗାରେଡ଼ି କରିବା ପାଇଁ ମଣିଷର ମୃତଦେହ ସଂଗ୍ରହ କରନ୍ତି।
ନିକଟସ୍ଥ କାଳୀଖମା ବ୍ରିଜ୍ରେ ଟ୍ରେନ୍ରୁ ଖସି ପଡ଼ୁଥିବା ଲୋକଙ୍କ ମୃତଦେହକୁ ଲୁଚାଇ ନେଇ ମଣିଷ ହାଡ଼ ସଂଗ୍ରହ କରନ୍ତି। ବିଶେଷକରି ମଣିଷ ଖପୁରିକୁ ଗୁଣିଗାରେଡ଼ିରେ ବ୍ୟବହାର କରନ୍ତି। ପୁରୁଣା ହୋଇଗଲେ ସେଗୁଡ଼ିକୁ ବାହାରେ ଫିଙ୍ଗି ଦିଅନ୍ତି। ତେଣୁ ଏହି ହାଡ଼ ସବୁ ସେହି ବସ୍ତି ଲୋକେ ପୋଲ ତଳେ ପକାଇଥିବା ଚର୍ଚ୍ଚା ହେଉଛି। ସେହିପରି ଅଙ୍ଗ ତସ୍କରି ପରେ ମୃତକଙ୍କ କଙ୍କାଳକୁ ବହୁ ବର୍ଷ ଲୁଚାଇ ରଖିବା ପରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ୧୦ରୁ ୧୫ ବର୍ଷ ତଳର ପତ୍ତା ମିଳୁ ନ ଥିବା ନିଖୋଜ ବ୍ୟକ୍ତି, ପିଲାଙ୍କ ସମ୍ପର୍କରେ ଖୋଳତାଡ଼ କଲେ ବହୁ ତଥ୍ୟ ମିଳିପାରେ। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବଡ଼ କେଳେଙ୍କାରି ସାମ୍ନାକୁ ଆସିପାରେ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।