EnewsOdia.Com

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

ପିଆଜର ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲାବେଳେ ଏହି ଦରବୃଦ୍ଧି ଜଣେ ଋଣଗ୍ରସ୍ତ ଚାଷୀଙ୍କୁ ମାସକ ମଧ୍ୟରେ କୋଟିପତି କରିଦେଇଛି। କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲାର ଚାଷୀ ମଲ୍ଲିକାର୍ଜୁନ (୪୨) ବ୍ୟାଙ୍କର ୧୫ଲକ୍ଷ ଟଙ୍କା ଋଣ କରି ପିଆଜ ଚାଷ କରିଥିଲେ। ଚାଷ ଉଜୁଡିବା ଭୟରେ ଚାଷୀ ଜଣଙ୍କ ଥିବାବେଳେ ପିଆଜ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ପିଆଜ ଚାଷରୁ ୫ରୁ ୧୦ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ସେ ଆଶା କରିଥିଲେ। ଗତବର୍ଷ ମଧ୍ୟ ୫ଲକ୍ଷ ଟଙ୍କା ଲାଭ ପାଇଥିଲେ।

ଚଳିତବର୍ଷ ସେ ୨୦ଏକର ଜମିରେ ଚାଷ କରି ୨୪୦ଟନ ପିଆଜ ଉତ୍ପାଦନ କରିଥିଲେ। ନିଜର ୧୦ ଏକର ଜମି ସହିତ ଆଉ ୧୦ ଏକର ଜମି ଲିଜ୍‌ରେ ଆଣି ଚାଷ କରିଥିଲେ। ନଭେମ୍ବର ପ୍ରଥମ ସପ୍ତାହରେ ସେ ପିଆଜ କ୍ବିଣ୍ଟାଲ ପ୍ରତି ୭୦୦୦ ଟଙ୍କାରେ ବିକ୍ରି କରିଥିଲେ। ଏହା କିଛି ଦିନ ପରେ କ୍ବିଣ୍ଟାଲ ପ୍ରତି ୧୨୦୦୦ଟଙ୍କାରେ ବିକ୍ରି କରିଥିଲେ। ଯେତେବେଳେ ବଜାରରେ ପିଆଜ କିଲୋ ପ୍ରତି ୧୬୦ରୁ ୧୮୦ ଟଙ୍କା ରହିଥିଲା।

ପଢନ୍ତୁ: ପ୍ଲାଷ୍ଟିକ ବଦଳରେ ପେଟପୂରା ଆହାର

ସମ୍ବନ୍ଧିତ ଖବର

ପୁଣି ଟଳିବ ଫାଶୀ! କ୍ୟୁରେଟିଭ୍‌ ପିଟିସନ ଦାଖଲ କଲା ଦୋଷୀ ପବନ

Ratnamani Maharana

ବିଜେବି କଲେଜ ସାମ୍ନାରେ ମିଳୁଛି ହଜାରେ ଟଙ୍କିଆ ରସଗୋଲା

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

Ratnamani Maharana

ଫେବ୍ରୁଆରି ୨୨ରୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Ratnamani Maharana