Entertainment

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ପାମ୍ପଡ ବିକିବା ଲୁକ୍‌ ଭାଇରାଲ

ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବେ ନିଜର ଆଗାମୀ ଫିଲ୍ମ ‘ସୁପର ୩୦’ର ଶୁଟିଂକୁ ନେଇ ବ୍ୟସ୍ତ । ନିକଟରେ ଏହାର ଶୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଥିଲା। ଏଥିରେ ହ୍ରିତିକ୍‌ଙ୍କ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ନିଜ ପ୍ରିୟ ହିରୋ –ହିରୋଇନଙ୍କ ସହିତ ଫୋଟ ଉଠାଇବା ପାଇଁ ତାଙ୍କ ଫ୍ୟାନମାନେ ସବୁବେଳେ ପାଗଳ ହୋଇଥାନ୍ତି, ହେଲେ ଏମିତି ଏକ ସୁପରଷ୍ଟାର ପବ୍ଲିକରେ ବୁଲୁଥିଲେ ମଧ୍ୟ ତାଙ୍କ ଫ୍ୟାନମାନେ ଚିହ୍ନି ପାରିଲେ ନାହିଁ । ଯେ କୌଣସି ସୁପରଷ୍ଟାର ରାସ୍ତା ଉପରକୁ ବାହାରିବା ମାତ୍ରେ ସେମାନଙ୍କ ସହିତ ସେମାନଙ୍କ  ସିକ୍ୟୁରିଟି ଥାନ୍ତି । ହେଲେ ନିକଟରେ ସୁପରଷ୍ଟାର ରିତିକ୍ ରୋଶନ ରାସ୍ତା ଉପରେ ପାମ୍ପଡ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା ।

ରିତିକି ରୋଶନ ଏକ ସିନେମାର ସୁଟିଂ ପାଇଁ ରାସ୍ତା ଉପରେ ଘଂଟା ଘଂଟା ଧରି ସାଇକେଲରେ ପାମ୍ପଡ ବିକ୍ରି କରୁଥିେଲେ ମଧ୍ୟ ତାଙ୍କୁ କେହି ଚିହ୍ନି ପାରି ନଥିଲେ । ରିତିକି ରୋଶନଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ‘ସୁପର ୩୦’ ସିନେମାରେ ଆନନ୍ଦ କୁମାରଙ୍କ ଭୁମିକାରେ ଅଛନ୍ତି । ସେ ଏହି ଚରିତ୍ର ମଧ୍ୟରେ ଏପରି ପଶିଯାଇଛନ୍ତି କି ଲୋକ ତାଙ୍କୁ ଚିହ୍ନି ପାରୁ ନାହାଁନ୍ତି । ଆନନ୍ଦ କୁମାର ନିଜ ବାୟୋପିକ ପାଇଁ ସବୁଠାରୁ ସଠିକ୍ କଳାକାର ରିତିକ୍ ରୋଶନ ଲାଗିଥିଲେ ।

ରିତିକ୍ ରୋଶନଙ୍କ ‘ସୁପର ୩୦’ର ଏହି ଲୁକ୍ ଦେଖିବା ପରେ ନିଜେ ଆନନ୍ଦ କୁମାର ବି ଆଶ୍ଚର୍ଯ୍ୟ ହୋଇଥିଲେ । ଆନନ୍ଦ କୁମାର ନି ଫେସବୁକ୍ ଆକାଉଟଂରେ ଲେଖିଛନ୍ତି କି ‘ ବିକାଶ ବେହେଲ ଫିଲ୍ମଟିକୁ ଆରମ୍ଭ କରିବା କିଛି ସମୟ ପୂର୍ବରୁ ରିତିକ୍ ରୋଶନଙ୍କ ଲୁକ୍ ଦେଖିଥିଲେ । ଯାହାକୁ ଦେଖିବା ପରେ ସେ ପୁରା ପୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆନନ୍ଦ କୁମାରଙ୍କ କହିଛନ୍ତି କି “ ମୋତେ ଖୁସୀ ଲାଗୁଛି ରିତିକ୍ ରୋଶନ ମୋ ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଯେଉଁ ପରିଶ୍ରମ ଓ ଧର୍ଯ୍ୟର ସହ ଏହି ସିନେମାରେ କାମ କରୁଛନ୍ତି ତାହା ବହୁତ ପ୍ରେରଣା ଦାୟକ ।


ପଢନ୍ତୁ ;

କୋମଳ ଓ ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ମୁଲତାନୀ ମାଟି

Related posts

ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’ର ଧମାଲ : ୪ କୋଟି ରୋଜଗାର

ENO Beuro

ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ

ENO Beuro

ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More