SPORTS

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ

ar rehman

କଟକରେ ଜମିବ ହକି ବିଶ୍ଵକପ ଫିଭର। ବାରବାଟୀ ଷ୍ଟାଡିୟମକୁ ଆସି ଲୋକଙ୍କୁ ସଙ୍ଗୀତର ଧୁନରେ ଝୁମାଇବେ ବଲିଉଡର ପ୍ରତିଷ୍ଟିତ ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଏ.ଆର. ରେହମାନ। ମିଲେନିୟମ ସିଟିରେ କାର‌୍ୟ୍ୟକ୍ରମରେ ଯୋଗଦାନକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଓ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର୍‌ ରେହେମାନ୍‌ଙ୍କ ସୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି ।

ar rehman

ଅନ୍ୟପଟେ, ଅନ୍ୟପକ୍ଷରେ ୨୮ ତାରିଖରେ ବିଶ୍ୱକପ୍‌ର ମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ସମାନ ସମୟରେ ଏଭଳି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରହମାନଙ୍କ ଶୋ’ ଦେଖିବାରୁ ବଞ୍ଚିତ ହୋଇଥିବା ହକି ପ୍ରେମୀଙ୍କ ପାଇଁ ବାରବାଟୀରେ ଏହି କାର୍ଯ୍ୟକ୍ରମ ହେବ ବୋଲି ଜଣେ ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଡିସିପି ଅଖିଳେଶ୍ୱର ସିଂ, କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା, ବିଧାୟକ ଦେବାଶିଷ ସାମନ୍ତରାୟ, ସିଏମ୍‌ସି କମିଶନର ଶରତ ଚନ୍ଦ୍ର ନାୟକଙ୍କ ସମେତ।

ପଢନ୍ତୁ;  ବିଶ୍ଵ ବିଲିୟାର୍ଡ୍ସ : ପଙ୍କଜଙ୍କୁ ୨୦ତମ ଟାଇଟଲ

Related posts

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

ENO Beuro

କୋଲକାତା ନାଇଟ୍‌ ରାଇଡର୍ସକୁ ୩ ୱିକେଟ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ

Ratnamani Moharana

ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ୍ ଟେଷ୍ଟ କରିପାରିବ ‘ନାଡା’

Ratnamani Moharana

Leave a Comment