News

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ଭାରତୀୟ ଇତିହାସରେ ଆତତାୟୀ ନାମ ପାଇଥିବା ନାଥୁରାମ ଗଡସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ । ଗଡ୍‌ସେଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗୋଆଲିଅର୍‌ ଜିଲ୍ଲା ପ୍ରଶାସନ ଅନୁମତି ନ ଦେଲେ ମଧ୍ୟ ଏଥି ପାଇଁ ଶିଳାନ୍ୟାସ କରିବାକୁ ହିନ୍ଦୁ ମହାସଭା କୁ ଅଟକାଇ ପାରି ନାହିଁ।

ନାଥୁରାମ ଗଡ୍‌ସେ ଜାତିର ଜନକଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ୧୯୪୯ ମସିହା ନଭେମ୍ବର ୧୫ ତାରିଖ ଦିନ ଫାଶୀ ପାଇଥିଲେ। ଯାହାକୁ ଭାରତୀୟ ଇତିହାସ କେବେ ବି କ୍ଷମାଦେବାକୁ ପ୍ରସ୍ତୁତ ନୁହେଁ । ଭାରତୀୟ ଇତିହାସର ସେ କଳଙ୍କିତ ଅଧ୍ୟାୟ । କିନ୍ତୁ ଆଜି ଅନେକ ଲୋକଙ୍କ ଜନମାନସରେ ସେ ପୂଜ୍ୟ । ତାଙ୍କୁ ବି ଭାରତରେ ମିଳୁଛି ସମ୍ମାନ । ଆଉ ତାଙ୍କରି ଉଦ୍ଦେଶ୍ୟରେ ନିର୍ମିତ ହେଉଛି ମନ୍ଦିର ।

ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟବୀର ଭରଦ୍ୱାଜ କହିଛନ୍ତି, ଆମେ ନଭେମ୍ବର ୯ରେ ନାଥୁରାମ ଗଡସେଙ୍କ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ଜମି ମାଗିଥିଲୁ । କିନ୍ତୁ ପ୍ରଶାସନ ମନା କରି ଦେଇଥିଲା । ଏହା ପରେ ଦୌଲତଗଞ୍ଜ ଅଞ୍ଚଳରେ ନିଜର କାର୍ଯ୍ୟାଳୟରେ ଗଡ଼ସେଙ୍କ ମନ୍ଦିର ନିର୍ମାଣ କରୁଛୁ । ପୋଲସି ମହାନୀରିକ୍ଷକ ମକରନ୍ଦ ଦେଉସ୍କର କହିଛନ୍ତି, ଏହି ମାମାଲା ସମ୍ପର୍କରେ ଆମେ ଅବଗତ ହୋଇଛୁ । ଜିଲ୍ଲା ପୋଲିସ ଅଧୀକ୍ଷକ ଏହି ମାମଲା ଉପରେ ନଜର ରଖିଛନ୍ତି ଓ ଆଇନ ପରାମର୍ଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମଧ୍ୟପ୍ରଦେଶ ବିରୋଧୀ ଦଳର ନେତା ଅଜୟ ସିଂହ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ ସରକାର ଜାତିର ଜନକଙ୍କ ଆତତାୟୀଙ୍କୁ ସମର୍ଥନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଟିରେ ମହାତ୍ମା ଗାନ୍ଧୀଙ୍କ ନାଁ ରହିଛି କିନ୍ତୁ ଅନ୍ତରରେ ରହିଛନ୍ତି ନାଥୁରାମ ଗଡେସେ । ନଚେତ ହିନ୍ଦୁମହାସଭାର ସମର୍ଥକ ମାନେ ଜଣେ ହତ୍ୟାକାରୀର ମନ୍ଦିର କରିବାକୁ ସାହସ ଜୁଟାଇ ପାରିନଥାନ୍ତେ ।

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ପଢନ୍ତୁ, ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

Related posts

ବିଏସପି ବଦଳରେ ବିଜେପିକୁ ଭୋଟ ଦେବାରୁ ନିଜ ଆଙ୍ଗୁଠି କାଟିଦେଲେ ସମର୍ଥକ

Ratnamani Moharana

ହୃଦୟ ଚୋରି ଅଭିଯୋଗ,ଥାନାରେ ଏତଲା ଦେଲେ ଯୁବକ

ENO Beuro

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

ENO Beuro

1 comment

Leave a Comment