EnewsOdia.Com

ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଦୀ-ଶାହା-ଡୋଭାଲ

ଭାରତୀୟ ରାଜନେତା ସମାଜର ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ବର୍ତ୍ତମାନ ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଦୀ-ଶାହା-ଡୋଭାଲ। ଏନେଇ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହକୁ ମିଳିଛି ଅଜ୍ଞାତ ଚିଠି। ଏହି ଚିଠିରୁ ସ୍ପଷ୍ଟ ବାରିହେଉଛି କି ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହେବେ ଏହି ରାଜନେତା। ତେବେ ଏଭଳି ଏକ ଧମକପୂର୍ଣ ଚିଠି ପାଇବାପରେ ଏହାକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ସାଧ୍ୱୀ ପ୍ରଜ୍ଞା।  ଫରେନ୍ସିକ୍ ଟିମ୍ ସାଧ୍ୱୀ ପ୍ରଜ୍ଞାଙ୍କ ବାସଭବନରେ ଉପସ୍ଥିତ ରହି ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

ସୂଚନାନୁସାରେ, ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଏହି ସନ୍ଦିଗ୍ଧ ଚିଠି ଗତକାଲି ମିଳିଥିଲା। ଏହା ଉର୍ଦ୍ଦୁ ଭାଷାରେ ଲେଖା ହୋଇଛି । ପାଉଡର୍ ଲଗା ଉର୍ଦ୍ଦୁରେ ଯେଉଁ ଚିଠି ଲେଖା ହୋଇଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା , ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ପ୍ରଜ୍ଞା ସିଂହ ଠାକୁରଙ୍କ ଫଟୋ ଉପରେ ଛକି ଚିହ୍ନ ରହିଛି ।  ଏହା ଦେଶର ଶତ୍ରୁଙ୍କ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ବୋଲି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ।

ପଢନ୍ତୁ: ମକର ସଂକ୍ରାନ୍ତି ପାଇଁ ଛୁଟି ରହିବ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟଳୟ

ସମ୍ବନ୍ଧିତ ଖବର

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ଏଣିକି ବିମାନରେ ମିଳିବ ଇଣ୍ଟରନେଟ୍‌ ସେବା

Ratnamani Maharana

୬ ଦିନ ବଦଳରେ ୪ ଦିନ କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ

Ratnamani Maharana

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବନାହିଁ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼

Ratnamani Maharana

ଅଣାୟତ୍ତ ହେଲାଣି କରୋନା ଭାଇରସ୍, ଆକ୍ରାନ୍ତ ହେଲେଣି ୨,୮୦୦ ଲୋକ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା

Ratnamani Maharana