27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

‘ଆଧାର’ ଲିଙ୍କ୍ ନହେଲେ ଏପ୍ରିଲରୁ ବନ୍ଦ ହେବ ଭତ୍ତା

ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟସରକାର। ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ‘ଆଧାର ଲିଙ୍କ୍ ’ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମାସିକ ଭତ୍ତା ମିଳିବ ନାହିଁ।

ରାଜ୍ୟରେ ଏବେସୁଦ୍ଧା ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମର ୯୧ପ୍ରତିଶତ ହିତାଧିକାରୀଙ୍କ ଆଧାର ଲିଙ୍କ୍ ସରିଥିବାବେଳେ ମଧୁବାବୁ ପେନସନ ଯୋଜନାରେ ମାତ୍ର ୭୩% ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇପାରିଛି।  ଉଭୟ ଯୋଜନାରେ ଏହା ଶତ ପ୍ରତିଶତ ‌େହବାର ଆବଶ୍ୟକତା ରହିଛି।  ସରକାର ଏଥି ପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ।

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ସବୁ ଜିଲ୍ଲାପାଳଙ୍କୁ ଚିଠି ‌େଲଖି ତାଗିଦ୍ କରିଛନ୍ତି। ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍ ଯୋଜନାର ହିତାଧିକାରୀମାନଙ୍କୁ ଆଧାର୍‌ ଲିଙ୍କ୍ ୨୦୧୯ ଅକ୍ଟୋବର ସୁଦ୍ଧା‌ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ କୁହାଯାଇଥିଲା।  ଆସନ୍ତା ୧୫ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ୍ ଦସ୍ତାବିଜ୍ ନକଲ ସାଙ୍ଗରେ ଆଣିବାକୁ କୁହାଯିବ। ଯଦି ସେମାନେ ନ ଆଣନ୍ତି, ତାଙ୍କୁ ଫେବ୍ରୁଆରି ୧୫ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବ।

ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନ ଥିବ ସେମାନଙ୍କୁ ଜାନୁଆରି ୧୫ରେ ନିକଟସ୍ଥ ବ୍ଲକ୍ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ। ଜାନୁଆରି ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନ୍ଦୋବସ୍ତ କରାଯିବ। ମାର୍ଚ୍ଚ ୧୫ ତାରିଖ ଭିତରେ ଆଧାର ଲିଙ୍କ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଯଦି କୌଣସି ହିତାଧିକାରୀଙ୍କ ଆଧାର ଲିଙ୍କ୍ ବିଫଳ ହୁଏ, ତେବେ ଏପ୍ରିଲ୍‌ ମାସରୁ ଭତ୍ତା ବନ୍ଦ କରିଦିଆଯିବ ବୋଲି ଶ୍ରୀ ଶର୍ମା ଜଣାଇଛନ୍ତି।

ପଢନ୍ତୁ: ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ

Related posts

ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

Ratnamani Maharana

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

Ratnamani Maharana

ଲକଡାଉନ ୨.0 କୁ ବିରୋଧ

admin

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More