News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଜିଲ୍ଲାର ୫ ବ୍ଲକ ପାଇଁ ୨୩ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ୧୦୪୫ ପ୍ରକଳ୍ପରେ ଖର୍ଚ ହେବ।

nabeen

ଏହି ବ୍ଲକ ଗୁଡିକ ହେଲା-କଳାହାଣ୍ଡି ଜିଲାର କେସିଙ୍ଗା ଓ ଏମ ରାମପୁର, କଟକର ନରସିଂହପୁର, କୋରାପୁଟର କୁନ୍ଦ୍ରା ଓ ମୟୁରଭଞ୍ଜର ଶୁଳିଆପଦା ବ୍ଲକ। ଏହି ୫ଟି ବ୍ଲକର ୧୧୪ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୭୨ କୋଟି ଟଙ୍କାରେ ୧୦୪୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଏଯାଏଁ ରାଜ୍ୟର ୨୬୦ଟି ବ୍ଲକର ୫୬୫୨ଟି ଗ୍ରାମ ପଞ୍ଚାୟତର ୫୨,୨୭୪ଟି ପ୍ରକଳ୍ପ ପାଇଁ ୧୨୮୪.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀପରିଷଦ ସଦ୍ୟସ, ପଞ୍ଚାୟତିରାଜ ବିଭାଗର ସଚିବ ,ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପଢନ୍ତୁ;  ଆରବିଆଇରେ ଓଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Related posts

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ENO Beuro

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ENO Beuro

ପିଆଜ ଆଣିଛି ସଙ୍କଟ : ଚାରି ମାସ ଧରି ଦର ଅସ୍ଥିର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More