EnewsOdia.Com

ରାକେଶ ଶର୍ମାଙ୍କ ବାଇଓପିକରେ ନଜର ଆସିବେ ଅମିର

ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରାୟ କପୁର ନିକଟରେ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ସାରେ ଜାହାଁ ସେ ଆଚ୍ଛା’ ସମ୍ପର୍କରେ ଅବଗତ କରାଇଛନ୍ତି। ୨ ବର୍ଷ ତଳେ ସେ ଏ ବାବଦରେ ଘୋଷଣା କରିଥିଲେ। କୌଣସି କାରଣରୁ ପ୍ରୋଜେକ୍ଟଟି ଆଗେଇପାରୁନାହିଁ। ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଏହି ବାଇଓପିକ୍‌‌ରେ ମୁଖ୍ୟ ଭୂମିକାରେ ଅମିର ଖାନ୍ ଅଭିନୟ କରିବା ମଧ୍ୟ ସ୍ପଷ୍ଟ ହୋଇସାରିଛି।

ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମିର ଖୁବ୍ ଉତ୍ସାହିତ ଥିବାର ପ୍ରକାଶ। ସମୟ ଅଭାବ କାରଣରୁ ଅମିର ଏଯାଏଁ ଚଳଚ୍ଚିତ୍ରର ଡେଟସ୍‌ ସ୍ଥିର କରିପାରୁନାହାନ୍ତି। ଏଣୁ କିଛି ମାସ ତଳେ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶାହରୁଖ୍ ଖାନ୍, ରଣବୀର କପୁର କିମ୍ବା ବିକି କୌଶଲ୍a ମଧ୍ୟ ଅଭିନୟ କରିପାରନ୍ତି ବୋଲି ଶୁଣାଯାଉଥିଲା। ପରବର୍ତ୍ତୀ ସମୟରେ ଅମିର ପୁଣି ସବୁଜ ସଙ୍କେତ ଦେଇଥିବାର ଜଣାପଡ଼ିଛି। ଚଳିତ ବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି।

ପଢନ୍ତୁ: ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

ସମ୍ବନ୍ଧିତ ଖବର

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

Ratnamani Maharana

ଜିଓ ଲଞ୍ଚ କଲା ଜିଓଟିଭି କ୍ୟାମେରା

Ratnamani Maharana

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

Ratnamani Maharana

ଦିନେ ଲଣ୍ଡା ହେବା ପାଇଁ ୫୦ ହଜାର ଟଙ୍କା ନେଇଥିଲେ ରାଇମୋହନ

Ratnamani Maharana