• Home
  • Entertainment
  • ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି
Entertainment

ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି

“ରାବଣ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ ଏହି ଯୋଡି

ଦୀର୍ଘ ଆଠ ବର୍ଷ ପରେ ବଡ ପରଦାରେ ଦେଖିବାକୁ ପାଇବେ ଅଭିଶେକ ଓ ଐଶଙ୍କୁ । ଏବେ ଏହି ଦୁହେଁ ଏକାଠି ସିନେମା କରିବାକୁ ସୁଯୋଗ ପାଇଛନ୍ତି। ଏକ ପୋଲିସ ଅଫିସର ଆଧାରିତ ସିନେମାରେ ଏକାଠି ନଜର ଆସିବାକୁ ଯାଉଛନ୍ତି।

ଚଳଚ୍ଚିିତ୍ରର ନିର୍ଦ୍ଦେଶକ ଶୈଳେଶ ଆର ସିଂହଙ୍କ ଏହି ସିନେମା ଉତ୍ତରପ୍ରଦେଶ ସ୍ଥିତ ଏକ ପୋଲିସ ଅଫିସର ଯୋଡିଙ୍କ ଉପରେ ଆଧାରିତ । ଐଶ ତାଙ୍କ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା କରିଛନ୍ତି।

‘ଢ଼ାଇ ଅକ୍ଷର ପ୍ରେମ କି ‘ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିବା ଏହି ଯୋଡି ‘ଧୁମ-୨’ର ସୁଟିଙ୍ଗ ସମୟରେ ଦୁହେଁ ପ୍ରେମରେ ପଡିଯାଇଥିଲେ ଓ ୨୦ ଏପ୍ରିଲ ୨୦୦୭ରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଆଠଟି ଫିଲ୍ମରେ କମାଲ କରିସାରିଥିବା ଏହି ଯୋଡି ଅଗାମୀ ଫିଲ୍ମ ପାଇଁ ବେଶ ଉତ୍ସାହିତ ଅଛନ୍ତି । ଶୈଳେଶ ଆର ସିଂହ ଫିଳ୍ମ ବିଷୟରେ ବିଶେଷ କିଛି ସୂଚନା ଦେଇ ନାହାଁନ୍ତି।

“କୁଛ ନା କହୋ, ଗୁରୁ, ବଂଟି ଔର ବବଲୀ, ଉମରାଓ ଜାନ, ଧୁମ-୨, ଢ଼ାଇ ଅକ୍ଷର ପ୍ରେମ କି, ସରକାର ରାଜ, ରାବଣ ”ରେ ସେମାନେ ଏକାଠି ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଏହି ଯୋଡି “ରାବଣ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ।

ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି ash and abhi

ପଢନ୍ତୁ;ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

Related posts

ବିବାଦ ତୁଟିଲା : ଖୁବ୍‌ ଖୀଘ୍ର ଆରମ୍ଭ ହେବ ଏହି ସିନେମାର ଶୁଟିଙ୍ଗ

Krishna Kumar Manoj

ରିଲିଜ ହେଲା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ-୨’ର ଟ୍ରେଲର

Krishna Kumar Manoj

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More