News

ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

୨୩ ତାରିଖ ପର୍ଯ୍ୟନ୍ତ ମହଲତ ଦେଲା ଗୃହ କମିଟି

ହାଜର ହେଲେନି ଅଭିଜିତ ଆୟାର ମିତ୍ର। ଓଡିଶା ଏବଂ ଓଡିଶାର ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ ଆସିଥିବା ସ୍ବାଧିକାର ଭଙ୍ଗ ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପାଇଁ ତାଙ୍କୁ ନୋଟିସ୍ ହୋଇଥିଲା । ତେବେ ବାତ୍ୟା ତିତଲି ଯୋଗୁଁ ବିମାନ ସେବା ଓ ରେଳ ସେବା ପ୍ରଭାବିତ ହୋଇଥିବାରୁ ସେ ଇମେଲ ଯୋଗେ ଗୃହ କମିଟିକୁ ସମୟ ମାଗିଥିଲେ । କମିଟି ଅଭିଜିତଙ୍କୁ ଆସନ୍ତା ୨୩ତାରିଖରେ ହାଜର ହେବା ପାଇଁ ସମୟ ଦେଇଛି।

abhijit

ଗୁରୁବାର ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ ବସିଥିଲା। ମିତ୍ର ଗୃହ କମିଟି ନିକଟରେ ହାଜର ହେବାକୁ ଥିବା ବେଳେ ସେ ଆସି ନ ଥିଲେ। ଅନ୍ୟପକ୍ଷେ ମିତ୍ର ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ଏକ ଚିଠି ଲେଖି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ। ତେବେ ଏହି ବିଷୟରେ ଗୃହ କମିଟି ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭାର ଆସନ୍ତା ଅଧିବେଶସନର ପ୍ରଥମ ଦିନରେ ହିଁ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି।

ପଢନ୍ତୁ;  ବାବା ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

Related posts

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 

ENO Beuro

Seven Judo Talents Selected To Take Part In The National Judo Championship

ENO Beuro

To Control Pollution, OSPCB Has Ordered To Shutdown Vedanta group’s Power Plants

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More