News

ଜେଲରୁ ମୁକୁଳିଲେ ଅଭିଜିତ ଆୟାର

ମା’ ଭେଟିବାକୁ ଚେନ୍ନାଇ ଗଲେ

ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର। ଜେଲର ରିଲଜ ଅର୍ଡର ପାଇବା ପରେ ଚିକିତ୍ସିତ ହେଉଥିବା କ୍ୟାପିଟାଲ୍ ହସ୍ପିଟାଲରୁ ସିଧା ନିଜ ମାଙ୍କ ପାଖକୁ ଚେନ୍ନାଇ ଅଭିମୁଖେ ଯାଇଛନ୍ତି ଅଭିଜିତ । ନିଜ ଓକିଲଙ୍କ ସହ ପୋଲିସ ସୁରକ୍ଷାରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦର ନିଆଯାଇଥିଲା । ପରେ ସେଠାରୁ ବିମାନ ଯୋଗେ ଚେନ୍ନାଇ ଗସ୍ତ କରିଥିଲେ।

iyer

ଅନ୍ୟପଟେ ଯିବା ସମୟରେ ଅଭିଜିତ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ କେବଳ ଥ୍ୟାଙ୍କ୍‌ ୟୁ କହି ଚାଲିଯାଇଥିଲେ। କାହା ଉଦ୍ଦେଶ୍ୟରେ ସେ ଏହି ‘ଥ୍ୟାଙ୍କ୍‌ ୟୁ’ କହିଲେ ତାହା ସ୍ପଷ୍ଟ କରି ନ ଥିଲେ।

ସୂଚନାଯୋଗ୍ୟ,କୋଣାର୍କ ମନ୍ଦିର ଏବଂ ବିଧାୟକମାନଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବଦୀୟ ହୋଇଥିବା ଅଭିଜିତଙ୍କୁ ଅକ୍ଟୋବର ୨୩ରେ ଗିରଫ କରାଯାଇଥିଲା। ହାଇକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ଠିକ ସେହି ସମୟରେ ଓକିଲ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଅଭିଜିତଙ୍କୁ ଜାମିନ ମିଳିପାରିନଥିଲା । ପ୍ରାୟ ଦେଢମାସ ଜେଲରେ ରହିବା ପରେ ଆଜି ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ପଢନ୍ତୁ;  କଥା କଥାରେ କାନ୍ଦୁଥିବା ଝିଅଙ୍କ ପାଖରେ ରହିଥାଏ ଏହି ସବୁ ଗୁଣ !

Related posts

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

ENO Beuro

ବିଶ୍ୱ ବ୍ରିନସ ବିଶ୍ୱ ବିଦ୍ୟାଳୟ ମୂଲ୍ୟାଙ୍କ ତାଲିକାରେ ଯୋଡିହେଲା ଓଡ଼ିଶାର କିଟ ବିଶ୍ୱ ବିଦ୍ୟାଳୟ

ENO Beuro

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More