News

ଓଡ଼ିଶା ଧର୍ମାନୁଷ୍ଠାନ,ସଂସ୍କୃତିକୁ ଅପମାନ ମହଙ୍ଗା ପଡିଲା,ଜେଲରେ ଆୟାର

abhijit

ଓଡ଼ିଶା ଧର୍ମାନୁଷ୍ଠାନ, ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ମିତ୍ର ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ସହିଦନଗର ଥାନାରେ (ନମ୍ବର ୪୩୨/୧୮) ଦଫା ୨୯୪(ଗାଳିଗୁଲଜ)/୨୯୫(ଏ)(ଧର୍ମୀୟ ଭାବନାକୁ ଆଘାତ ଦେବା/୫୦୦( ମାନହାନି)/୧୫୩ (ଏ)( ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ)/ ୬୭ ଆଇଟି( ସୋସିଆଲ ମିଡିଆ‌ର ଅପବ୍ୟବହାର)ଧାରାରେ ମାମଲା ରୁଜୁ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ଝାରପଡ଼ା ଜେଲ୍‌କୁ ପଠାଯାଇଛି।

abhijit

ସୂଚନାଯୋଗ୍ୟ , ଅଭିଜିତଙ୍କ ବିରୋଧରେ ବିଧାନସଭାରେ ମଧ୍ୟ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା। ଏନେଇ ସର୍ବଦଳୀ କମିଟି ମଧ୍ୟ ଗଠନ କରାଯାଇଥିଲା। ଅକ୍ଟୋବର ୧୧ରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଟି ନିର୍ଦ୍ଦେଶ ଦେଇଥିଲା। ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ସେଦିନ ହାଜର ହୋଇପାରି ନ ଥିଲେ ଅଭିଜିତ। ସୋସିଆଲ ମିଡିଆରେ ଏ ନେଇ କ୍ଷମା ପ୍ରାର୍ଥନା କରିଥିଲେ।

ପଢନ୍ତୁ;ମହାରାଷ୍ଟ୍ରରେ ବିଶ୍ୱଶାନ୍ତି ଅହିଂସା ସମ୍ମେଳନକୁ ଉଦଘାଟନ କଲେ ରାଷ୍ଟ୍ରପତି

Related posts

ଏବେଠୁ ଅସହ୍ୟ କଲାଣି ଗରମ: ୨୨ରୁ ପୁଣି ବଢିବ ତାତି

Ratnamani Moharana

ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ

ENO Beuro

ପ୍ରକାଶ ପାଇଲା ମାଟ୍ରିକ୍ ଫଳ: ବାଜି ମାରିନେଲେ ଝିଅ

Ratnamani Moharana

Leave a Comment