News

ପୁଣି ଜାମିନ ଖାରଜ,ନିମାପଡ଼ା ଜେଲ ଗଲେ ଅଭିଜିତ

ଅଭିଜିତଙ୍କ ଜାମିନ ଆବେଦନ ଖାରଜ କଲେ କୋଣାର୍କ ଜେଏମ୍ଏଫ୍‌ସି କୋର୍ଟ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ।
ଅନ୍ୟପକ୍ଷରେ କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତଙ୍କୁ ଅଧିକ ପଚରାଉଚୁରା ପାଇଁ କୋଣାର୍କ ଜେଏମଏଫସିଙ୍କ ନିକଟରେ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି କୋଣାର୍କ ପୁଲିସ ।

iyer

ସୂଚନାଯୋଗ୍ୟ,ଅଭିଜିତ କୋଣାର୍କର କଳା,ସଂସ୍କୃତି ଓ ଭାସ୍କର୍ଯ୍ୟକକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ଏ ନେଇ କୋଣାର୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲା। ମୁଖ୍ୟ ଅଭିଯୁକ୍ତ ଅଭିଜିତ ଆୟର ଥିବାବେଳେ ସହ ଅଭିଯୁକ୍ତ ଭାବେ ତାଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଛନ୍ତି।

ଏହି ଘଟଣାର ଅଧିକ ତଦନ୍ତ ଓ ପଚରା ଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ଅଣାଯାଉଛି ବୋଲି କୋଣାର୍କ ଥାନା ଇନ୍ସପେକ୍ଟର ସଂଜୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ପଢନ୍ତୁ;ହବିଷିଆଳିଙ୍କ ପାଇଁ ଶିବିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Related posts

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ENO Beuro

ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

ENO Beuro

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More