News

ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଉଡାଣ ଭରିଲେ ଅଭିନନ୍ଦନ

Abhinandan

ବାଲାକୋଟ ଆକ୍ରମଣ ପରେ ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଏଫ୍-୧୬  ଲଡୁଆ ବିମାନକୁ ମିଗ୍-୨୧ ବାଇସନ୍ ସାମ୍ନା କରି ତଳକୁ ଖେସେଇ ଦେବାରେ ସଫଳ ହୋଇଥିଲା । ଯେଉଁଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେବେ ସବୁଠାରୁ ବଡ କଥା ହେଲା କି ଦୀର୍ଘ ଦିନର ଅପେକ୍ଷା ପରେ ମିଗ୍ ୨୧ ବିମାନରେ ପୁଣି ଉଡାଣ ଭରିଛନ୍ତି ଅଭିନନ୍ଦନ ।

ସୂଚନା ଅନୁଯାୟୀ ୨୭ ଫେବ୍ରୁଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିମାନ ଆକ୍ରମଣ ସମୟରେ ଅଭିନନ୍ଦନଙ୍କ ବିମାନ ତଳକୁ ଖସିପଡିଥିଲା ଏବଂ ସେ ସିଧା ଯାଇ ପାକିସ୍ତାନ ସୀମାରେ ଖସିଡିଥିଲେ ଏବଂ ଖୁବ୍ ଯୋରରେ ତାଙ୍କୁ ଆଘାତ ଲାଗିଥିଲା  । ଏହାପରେ ବହୁ ତର୍କବିତର୍କ ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଭାରତକୁ ଫେରାଇ ଅଣାଯାଇପାରିଥିଲା । ଏହାପର ଠାରୁ ଅଭିନନ୍ଦନଙ୍କୁ ବିମାନ ଉଡାଣ ଡ୍ୟୁଟିରୁ କିଛି ଦିନ ପାଇଁ ବିରତି ଦିଆଯାଇଥିଲା । ଜଣେ ଅଧିକାରୀ କହିଛନ୍ତି କି, ୱିଙ୍ଗ କମାଣ୍ଡର ଅଭିନନ୍ଦନ ୬ମାସ ପରେ ପୁଣି ବିମାନ ଉଡାଣ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅଭିନନ୍ଦନ ରାଜସ୍ଥାନରେ ଭାରତୀୟ ବାୟୁସେନା  ସହିତ ଯୋଡି ହୋଇଛନ୍ତି ।

Related posts

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

ENO Beuro

ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ENO Beuro

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ

Ratnamani Moharana

1 comment

ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ August 22, 2019 at 3:18 pm

[…] ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଉଡାଣ ଭରି… […]

Leave a Comment