News

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିପାରେ ‘ବୀର ଚକ୍ର’

Untitled 1

ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଏଫ୍-୧୬ ବିମାନକୁ ମାରି ଗଡାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ କେନ୍ଦ୍ର ସରକାର ଶୀର୍ଷ ସୈନ୍ୟ ସମ୍ମାନରେ ସମ୍ମାନିତ କରିପାରନ୍ତି।  ୱିଂ କମାଣ୍ଡର୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ଉପାଧି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ସମେତ ଆଉ ୫ଜଣ ଯବାନଙ୍କୁ ମଧ୍ୟ ‘ବାୟୁ ସେନା ମେଡାଲ୍’ ମିଳିବ ବୋଲି ଏହା ସହିତ ଜଡ଼ିତ ୨ ଜଣ ବରିଷ୍ଠ ଅଧିକାରୀ  ସୂଚନା ଦେଇଛନ୍ତି।

ମୋଦି ସରକାର ସ୍ୱାଧୀନତା ଦିବସ ଅବସରରେ ପରାକ୍ରମୀ ପାଇଲଟ୍ ଙ୍କ ପାଇଁ ସମ୍ମାନର ଘୋଷଣା କରିପାରନ୍ତି । ଯୁଦ୍ଧକାଳରେ ପରାକ୍ରମ ପାଇଁ ଦିଆଯାଉଥିବା ତୃତୀୟ ସବୁଠାରୁ ବଡ ସୈନ୍ୟ ପୁରସ୍କାର ହେଉଛି ‘ବୀର ଚକ୍ର’

Wing Com Abhinandan Likely To Get Vir Chakra 2019 08 08
Wing Com Abhinandan

ଅଭିନନ୍ଦନଙ୍କ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ଅନୁପ୍ରବେଶକାରୀ ବିମାନ F-16କୁ ଗୁଳି କରି ଖସାଇ ଦେଇଥିବା ଏହି ୫ ଜଣ ଯବାନ ପାଇଲ୍‌ଟଙ୍କୁ ବାୟୁ ସେନା ମେଡାଲ୍‌ ଦିଆଯିବ। ବୀର ଚକ୍ର ହେଉଛି ଯୁଦ୍ଧ ସମୟରେ ଦିଆଯାଉଥିବା ଭାରତର ତୃତୀୟ ସର୍ବୋଚ୍ଚ ବୀରତା ପୁରସ୍କାର। ନିକଟରେ ଅଭିନନ୍ଦନଙ୍କ ବୀର ଗାଥାକୁ ଉତ୍ସର୍ଗ କରି ବାୟୁସେନା ପକ୍ଷରୁ ଏକ ଭିଡିଓ ଗ୍ୟାମ୍‌ ମଧ୍ୟ ଜାରି କରାଯାଇଥିଲା।

ପଢନ୍ତୁ: ପ୍ରତିଦିନ ସ୍କୁଲ୍ ଆସି ପାଠ ପଢୁଛି ଏହି ସ୍ପେଶାଲ୍ ଷ୍ଟୁଡେଣ୍ଟ

Related posts

ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରିଙ୍କ ପରଲୋକ!

ENO Beuro

ରେକର୍ଡ ଧାରାରେ ପାରାଦୀପ ବନ୍ଦର

Ratnamani Moharana

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ENO Beuro

Leave a Comment