ଅଭିନନ୍ଦନଙ୍କୁ ପଞ୍ଜାବର ୱାଘା ବୋର୍ଡର ଠାରେ ହସ୍ତାନ୍ତର କଲା ପାକିସ୍ତାନ

abhinandan41

ପଞ୍ଜାବର ୱାଘାବୋର୍ଡର ଠାରେ ହସ୍ତାନ୍ତର କରିଲା ପାକିସ୍ତାନ ସେନା

ପାକିସ୍ତାନ ମାଟିରେ ପ୍ରାୟ ୫୬ଘଣ୍ଟା ରହିବା ପରେ କାଲି ପ୍ରାୟ ୯ଟା ୨୦ରେ ଭାରତୀୟ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କଲା ପାକିସ୍ତାନୀ ସେନା। ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ହେଲେ ମଧ୍ୟ ପ୍ରସଂସକଙ୍କ ଭିଡ ଲାଗିରହିଥିଲା ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ତା ପରୀକ୍ଷାରେ ବିଲମ୍ବହେତୁ ହସ୍ତାନ୍ତର ରେ ବିଳମ୍ବ ହେଲାବୋଲି କହିଲା ପାକିସ୍ତାନ। ପଞ୍ଜାବର ୱାଘା ଗେଟ ଅତିକ୍ରମ କରି ସେ ଅଟ୍ଟାରୀ ଗେଟରେ ପ୍ରବେଶ କରି ଭାରତ ମାଟିରେ ପାଦ ରଖିଥିଲେ।

ସେଠାରୁ ତାଙ୍କୁ ଅମୃତସର ନିଆଯାଇଥିଲା ଓ ସେଠାରୁ ସିଧା ସ୍ଵତନ୍ତ୍ର ବିମାନରେ ଦିଲ୍ଲୀ ନିଆଯାଇଥିଲା। ନୂଆଦିଲ୍ଲୀରେ ସେ ତାଙ୍କ ପରିବାର ସହ ଭେଟ କରିଥିଲେ। ଅଭିନନ୍ଦନଙ୍କୁ ଛାଡିବା ଠିକପରେ ଏକ ଭିଡିଓକୁ ସ୍ଥାନୀୟ ମିଡିଆକୁ ଦିଆଯାଇଥିଲା ଯେଉଁଥିରେ ସେ କିପରି ଭାବେ ପାକିସ୍ତାନରେ ଧରାପଡିଲେ ଓ ତାଙ୍କୁ କିପରି ନିର୍ଯାତନା ଦିଆଯାଇଥିଲା ସେ ସମ୍ପର୍କରେ ସେ କହିଥିଲେ।
ପଢନ୍ତୁ ;ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More