POLITICALS

ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ମାନ୍ୟତା ଦେବାକୁ ଲୋକସଭାରେ କଂଗ୍ରେସର ଦାବି

Untitled 1

କଂଗ୍ରେସର ଅଜବ ଦାବି । ଵାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସୀମାରେ ପଶି ତାଙ୍କ ବିମାନକୁ ଧ୍ବଂସ କରିଥିବା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପୁରସ୍କାର ଦେବାକୁ ଦାବି କରିଛି କଂଗ୍ରେସ। ଏହାସହିତ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ଅଧୀର ରଞ୍ଜନ କହିଥିଲେ ଯେ, ଵାଲାକୋଟରେ ବାୟୁସେନା ଯେଉଁ ଏୟାର ଷ୍ଟ୍ରାଇକ କରିଥିଲା କଂଗ୍ରେସ ତାକୁ ସମର୍ଥନ କରୁଛି । ଏଥିପାଇଁ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପୁରସ୍କୃତ କରିବା ଉଚିତ ବୋଲି ସେ କହିଥିଲେ ।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଯୁଦ୍ଧ ବିମାନ ସହ ଅଭିନନ୍ଦନଙ୍କ ମିଗ୍‌-୨୧ର ଲଢ଼େଇ ହୋଇଥିଲା। ପାକିସ୍ତାନର ଏଫ୍‌-୧୬କୁ ଗୁଳି କରି ଖସାଇବା ପରେ ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକ୍‌ ସୀମାରେ ଖସି ପଡ଼ିଥିଲା। ପାକିସ୍ତାନ ତାଙ୍କୁ ବନ୍ଦୀ କରି ରଖିଥିଲା। ହେଲେ ଭାରତର ଚାପ ଆଗରେ ପାକିସ୍ତାନ ସରକାର ମାତ୍ର ଦୁଇ ଦିନ ମଧ୍ୟରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇଥିଲେ। ଏହି ସମୟରେ ହିଁ ଅଭିନନ୍ଦନ ଓ ତାଙ୍କ ନିଆରା ନିଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏପରିକି କିଛି ଲୋକ ତାଙ୍କର ପ୍ରଶଂସକ ପାଲଟି ତାଙ୍କ ପରି ନିଶ ରଖିବା ମଧ୍ୟ ଆରମ୍ଭ କରିଦେଇଥିଲେ।

Untitled Design 3

ପଢନ୍ତୁ: ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

Related posts

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଗୀଲାନି

Ratnamani Moharana

ଆକ୍ଟର-ହେଲିକପ୍ଟର ଲଢେଇ ହେବ କେନ୍ଦ୍ରାପଡାରେ: ଅନୁଭବ ବନାମ ବୈଜୟନ୍ତ

Ratnamani Moharana

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ENO Beuro

Leave a Comment