ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Untitleder

ପାକିସ୍ତାନ କବଜ୍ଜାରେ ଥିବା ଭାରତୀୟ ପାଇଲଟ ଅଭିନନ୍ଦନଙ୍କ ପରିବାର ଲୋକ ଅଭିନନ୍ଦନ ଭାରତ ଫେରିବାନେଇ ସୂଚନା ପାଇଲାପରେ ଆଶ୍ଵସ୍ତି ହୋଇଛନ୍ତି। ସେ ଭାରତ ଫେରିବା ପାଇଁ ସାରା ଦେଶ ଖୁସିଥିଲାବେଳେ ତାଙ୍କ ବାପାଙ୍କ ପାଇଁ ଅଭିନନ୍ଦନ ଢେର ଗର୍ବ ଆଣିଦେଇଛନ୍ତି ବୋଲି ସେ କହିଛନ୍ତି |ବର୍ତମାନ ସମୟରେ ତାଙ୍କର ଏହି କଥା ସମସ୍ତଙ୍କ ହୃଦୟ କୁ ଛୁଇଁଯାଇଛି।

ଅଭିନନ୍ଦନଙ୍କ ବାପା କହିଥିଲେ କି ଅଭିନନ୍ଦନଙ୍କ ପ୍ରତି ତାଙ୍କର ଚିନ୍ତା ପାଇଁ ଦେଶବାସୀଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଇଶ୍ୱରଙ୍କର ମୁଁ ଆଭାରୀ ଅଟେ। ସେ ଜୀବିତ ଅଛନ୍ତି ଓ ତାଙ୍କର ମାନସିକ ସ୍ଥିତି ବି ଠିକ୍ ଅଛି ବୋଲି ସେ ଖୁସି। ସେ ଯେଉଁଭଳି ଭାବେ ଶତ୍ରୁ ଆଗରେ ବାହାଦୁରୀ ସହ କଥା ହେଇଛନ୍ତି ସେପରି ଏକ ସୈନିକ ହିଁ କେବଳ କରିଥାଏ। କେବଳ ଆମେ ନୁହେଁ ପୁରା ଦେଶ ଆଜି ତା ଉପରେ ଗର୍ବ କରୁଛି, ଆମ ଆଶୀର୍ବାଦ ତା ସହ ଅଛି, କାମନା କରୁଛି କି ସେ ସୁରକ୍ଷିତ ଅଛି।
ପଢନ୍ତୁ;ଓଡିଶାର ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା “ଭାଇ”ର ଶୁଭ ମୁହୁରତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More