Entertainment

ପ୍ରେମ ବନ୍ଧନରେ ଅଭିଷେକ ଓ ଅନନ୍ୟା

କଟି ପତଙ୍ଗ ସିନେମାରେ ନଜର ଆସିବେ ଅଭିଷେକ ଓ ଅନନ୍ୟା

ପ୍ରେମ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ଅଭିଷେକ ଓ ଅଭିନେତ୍ରୀ ଅନନ୍ୟା । ପ୍ରେମ ଓ ସଚୋଟ ବନ୍ଧୁତ୍ଵର ନିଆରା କାହାଣୀକୁ ନେଇ ଶକ୍ତି ପ୍ରଦକ୍ସନ ନିର୍ମାଣ କରୁଛି ଓଡିଆ ସିନେମା ” କଟି ପତଙ୍ଗ ” । ଏହି ସିନେମା ର ନିର୍ଦେଶନା ଦେଉଛନ୍ତି କୁମାର ସରୋଜ । ଦେବେନ୍ଦ୍ର ନାଥ ସାହୁ ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ।

” କଟି ପତଙ୍ଗ ” ସିନେମାରେ ଅଭିଷେକ ନାୟକ ବନିଥିବାବେଳେ ଅନନ୍ୟା ତାଙ୍କ ନାୟିକା ସାଜିଛନ୍ତି । ସିନେମାରେ ଦିତୀୟ ନାୟକ ଓ ନାୟିକା ଭାବେ ନଜର ଆସିବେ ଆର କେ ଓ ରାନୀ ପ୍ରିୟଦର୍ଶିନୀ । ଅନ୍ୟ ଅଭିନେତାଙ୍କ ମଧ୍ୟରେ ଅସିତ ପତି , ଅସିତ ଦାସ , ମନୀଷା ମିଶ୍ର , ସରୋଜ ଦାସ , କାଳି , କୁଲୁ , ଦେବା , ଅଶୋକ , ପ୍ରତାପ , ପ୍ରିନ୍ସ , ଆର୍ଯ୍ୟାନ , ବିଷ୍ଣୁ ଓ ପ୍ରିୟଙ୍କା ଅଛନ୍ତି ।

ଏସ ଚନ୍ଦ୍ରକାନ୍ତ ସଂଗୀତା ସଂଯୋଜନା କରିଛନ୍ତି । ସଂଳାପ ଲେଖିଛନ୍ତି ଅଜୟ ସାମଲ । କାହାଣୀ ରଚନା କରିଛନ୍ତି ମଧୁସ୍ମିତା ଦାସ । ପ୍ରେମ କାହାଣୀ ଉପରେ ଆଧାରିତ ଏ ସିନେମାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା କହିଛି ।

ପଢନ୍ତୁ ;

ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା

Related posts

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

ENO Beuro

Raveena Tandon special attraction of 8th Odia Filmfare Award

ENO Beuro

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

ENO Beuro

Leave a Comment