EnewsOdia.Com

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

ରିଆଲଟି କୁକିଂ ସୋ’ ମାଷ୍ଟର ସେଫ୍ ସିଜିନ୍-୬ରେ  କମାଲ କଲେ ଓଡ଼ିଆ ପୁଅ ଅବିନାଶ । ମାଷ୍ଟର ସେଫ୍ ସିଜିନ୍-୬ର ଟାଇଟଲ ଓଡ଼ିଆ ପୁଅ ଅବିନାଶ ହାତେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭ ପକ୍ଷରୁ ସୂଚନା ମିଳିଛି । ମାଷ୍ଟର ସେଫ୍ ସିଜିନ-୬ର ଟ୍ରଫି ଜିତିବା ସହ ପୁରସ୍କାର ରାଶି ବାବଦକୁ ୨୫ ଲକ୍ଷ ଟଙ୍କା ଅବିନାଶଙ୍କୁ ମିଳିଥିବା ଚର୍ଚ୍ଚା ହେଉଛି । ନିକଟରେ ଏହାର ଫାଇନାଲ ଏପିସୋଡ ସୁଟ୍ ହୋଇଥିବା ମୁମ୍ବାଇ ଲାଇଭ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ଦେଉଥିବା ‘ମାଷ୍ଟର୍‌ ସେଫ୍’ କାର୍ୟ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ। ଇନଫୋସିସରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍‌‌ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ସ୍ୱାଦଚଖାଇ ଚକିତ କରାଇବା ସହ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡରେ ମନୋନୀତ ହୋଇଥିଲେ। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ୱାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

ପଢନ୍ତୁ: ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

ସମ୍ବନ୍ଧିତ ଖବର

ବଙ୍ଗୋପସାଗରରେ ଲଘୁଚାପ, ୨୫ ଯାଏଁ ବର୍ଷାରୁ ନିସ୍ତାର ନାହିଁ

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana

ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ, ପରକୀୟା ପ୍ରୀତି ପାଇଁ ସାଥି ଖୋଜା

Ratnamani Maharana

ମହାବଳ ବାଘକୁ ବିପଦ ‘ବୁଲବୁଲ’

Ratnamani Maharana

4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana