News

ହଟିଲା ଶିକ୍ଷକଙ୍କ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା, ଗ୍ରାଣ୍ଟ-ଇନ୍‌-ଏଡ୍‌ ଲାଗୁ କରିବାକୁ ସରକାରଙ୍କ ଘୋଷଣା

ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଏଣିକି ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ, କଲେଜ କ୍ଷେତ୍ରରେ ଗ୍ରାଣ୍ଟ-ଇନ୍‌-ଏଡ୍‌ ଲାଗୁ କରିବାକୁ ସରକାରଙ୍କ ଘୋଷଣା । ୧୭ ଦିନର କଷ୍ଟ ଆନ୍ଦୋଳନରେ ବସିଥିବା ମିଳିତ ଶିକ୍ଷକ ସଂଘର ମୁଖ୍ୟ ଦାବି ମାନି ନେଇଛନ୍ତି ସରକାର । ୨୦୧୮ ଜାନୁୟାରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ।

ବର୍ତମାନ ଆନ୍ଦୋଳନ ସ୍ଥଗିତ ରହିଛି । କିନ୍ତୁ ପେନସନ ବ୍ୟବସ୍ଥା ଉପରେ ସରକାର କୌଣସି ବିଚାର କରିନଥିବାରୁ ସେଥିପାଇଁ ଦୁଇ ମାସ ସମୟ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ଚାକିରି ସର୍ତାବଳୀ ଲାଗୁ ନେଇ ପଦକ୍ଷେପ ନିଆ ନ ଯାଏ ତେବେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୪ରୁ ରାଜ୍ୟ ସରକାର ସ୍କୁଲ ଓ କଲେଜ ଶିକ୍ଷକଙ୍କୁ ସହାୟତା ପ୍ରଦାନ କରିବା ଲାଗି ବ୍ଲକ୍‌ ଗ୍ରାଣ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲେ।  କିନ୍ତୁ ବର୍ତର୍ମାନ ଗ୍ରାଣ୍ଟ-ଇନ୍‌-ଏଡ୍‌ ବ୍ୟବସ୍ଥା ଦ୍ୱାରା ଶିକ୍ଷକମାନେ ଅଧିକ ଉପକୃତ ହୋଇପାରିବେ। ଶିକ୍ଷାର ମାନ ବୃଦ୍ଧିରେ ଏହା ବେଶ ସହାୟକ ହେବ। ଗ୍ରାଂଟ ଇନ୍ ଏଡ୍ ଲାଗୁ ପରେ ପେ’, ଗ୍ରେଡ୍ ପେ’, ଡିଏ ଓ ଇନକ୍ରିମେଂଟ ପାଇବେ ଶିକ୍ଷକ । ହେଲେ ସପ୍ତମ ପେ’ କମିସନ କିମ୍ବା ପେନସନ ମିଳିବନାହିଁ  ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇ ଥିଲେ । ତେଣୁ ଶିକ୍ଷକ, ଅଧ୍ୟାପକମାନେ ଆନ୍ଦୋଳନରୁ ଓହରି ସ୍କୁଲ, କଲେଜରେ ଶିକ୍ଷାଦାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ହଟିଲା ଶିକ୍ଷକଙ୍କ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା, ଗ୍ରାଣ୍ଟ-ଇନ୍‌-ଏଡ୍‌ ଲାଗୁ କରିବାକୁ ସରକାରଙ୍କ ଘୋଷଣା

Related posts

ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ

ENO Beuro

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ENO Beuro

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More