Loading...

ଉତ୍ତରକାଶୀରେ ଭୁଷୁଡିଥିବା ନିର୍ମାଣାଧୀନ ଟନେଲରେ ଫସିଛନ୍ତି ଓଡିଆ ଶ୍ରମିକ

ଉତ୍ତରକାଶୀରେ ଭୁଷୁଡିଥିବା ନିର୍ମାଣାଧୀନ ଟନେଲରେ ଫସିଛନ୍ତି ଓଡିଆ ଶ୍ରମିକ

ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଜାତୀୟ ରାଜପଥରେ ଭୁଶୁଡ଼ି ପଡ଼ିଥିବା ଟନେଲର ଭଙ୍ଗାରୁଜା ଅଂଶ ତଳେ ଅତି କମରେ ୩୬ ଜଣ ଶ୍ରମିକ ଫସି ରହିଥିବାର ଆଶଙ୍କା କରାଯାଉଛି। ଉକ୍ତ ୩୬ ଲୋକଙ୍କ ମଧ୍ୟରେ ଓଡିଶାରୁ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି ।

ସିଲ୍କିରାକୁ ଦାନ୍ଦଲଗାଓଁକୁ ସଂଯୋଗ କରୁଥିବା ନିର୍ମାଣାଧୀନ ଟନେଲର ଏକ ଅଂଶ ଶନିବାର ରାତିରେ ଭୁଶୁଡି ପଡିଛି। ଟନେଲର ଏକ ଅଂଶ ବ୍ରହ୍ମାଖାଲ-ପୋଲଗାଓଁର ସିଲ୍କିରା ପାର୍ଶ୍ୱରେ ଆରମ୍ଭ ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଆଗରେ ଭୁଶୁଡି ପଡିଛି। ନିର୍ମାଣାଧୀନ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ରାଜ୍ୟ ବିପର୍ଯୟ ପ୍ରଶମନ ବଳ ଏହାର ଭଙ୍ଗାରୁଜା ଅଂଶ ହଟାଇବା ଆରମ୍ଭ କରିଛି। ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଜାତୀୟ ରାଜପଥରେ ଭୁଶୁଡ଼ି ପଡ଼ିଥିବା ଟନେଲର ଭଙ୍ଗାରୁଜା ଅଂଶ ତଳେ ଅତି କମରେ ୩୬ ଜଣ ଶ୍ରମିକ ଫସି ରହିଥିବାର ଆଶଙ୍କା କରାଯାଉଛି। ଉକ୍ତ ୩୬ ଲୋକଙ୍କ ମଧ୍ୟରେ ଓଡିଶାରୁ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏଥିରେ ମୟୁରଭଞ୍ଜର ବିଶେଶ୍ୱର ନାୟକ, କୁଲାଡ଼ିହାର ରାଜୁ ନାୟକ, ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଓ ବଡ଼କୁଦାର ଧିରେନ ନାମକ ଜଣେ ଶ୍ରମିକ ଫସି ରହିଥିବା ଜଣାପଡିଛି । ଗତକାଲି ଠାରୁ ପ୍ରାୟ ୩୬ ଶ୍ରମିକଙ୍କ ମଧ୍ୟରେ ଏହି ୫ ଓଡ଼ିଆ ଶ୍ରମିକ ମଧ୍ୟ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ଶ୍ରମିକ ମାନେ ସୁରକ୍ଷିତ ଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । 

ସୂଚନାନୁସାରେ, ଏହି ଦୁର୍ଘଟଣାରେ ଟନେଲର ୧୫୦ ମିଟର ଲମ୍ବ ଭାଗ ଦବିଯାଇଥିବା ସୂଚନା ରହିଛି । ଉଦ୍ଧାର କାର୍ୟ୍ୟରେ NDRF, SDRF, ITBP, BRO ଭଳି ଦଳ ନିୟୋଜିତ ରହିଛନ୍ତି । ପାଇପ ଯୋଗେ ଶ୍ରମିକଙ୍କ ପାଖକୁ ଖାଦ୍ୟ,ପାଣି ଓ ଅମ୍ଳଜାନ ପଠାଯାଉଛି ବୋଲି ଉଦ୍ଧାରକାରୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ଶ୍ରମିକଙ୍କ ଠାରୁ ଉଦ୍ଧାରକାରୀ ଦଳ ୬୦ ମିଟର ଦୂରରେ ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.