LIFESTYLE

ଦୁଃଖ ସମୟରେ ପୁରୁଷମାନଙ୍କ ମନ କଥା କେଉଁ ମାନେ ବୁଝିଥାନ୍ତି? ଜାଣନ୍ତୁ

ପୁରୁଷଙ୍କ ଦୁଃଖ ସମୟରେ ସେମାନଙ୍କୁ ମାନସିକସ୍ତରରେ ଅଧିକ ସହାୟତା ଦେଇଥାନ୍ତି ମହିଳାମାନେ। ଫଳରେ ସମ୍ପୃକ୍ତ ପୁରୁଷଙ୍କ ମଧ୍ୟରେ ଦୁଃଖ ଓ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଶକ୍ତି ସୃଷ୍ଟି ହୋଇଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ତେବେ ପୁରୁଷଙ୍କ ସୁଖ ସମୟରେ ଏଭଳି ମହିଳାମାନେ ସେମାନେ ଦେଇଥିବା ମାନସିକ ସହାୟତାର ପ୍ରତିଦାନ କେବେ ମଧ୍ୟ ମାଗି ନ ଥାନ୍ତି ବୋଲି ଗବେଷକ କହିଛନ୍ତି।

ଅନ୍ୟପକ୍ଷରେ ମହିଳା ଅସୁବିଧାରେ ପଡିଥିବା ସମୟରେ ଅନେକ ପୁରୁଷ ସେମାନଙ୍କଠାରୁ ଦୂରେଇବା ଆରମ୍ଭ କରିଥାନ୍ତି।

ଏହା ମହିଳା ଓ ପୁରୁଷଙ୍କଠାରେ କ୍ଷରଣ ହେଉଥିବା ନାନା ପ୍ରକାର ହରମୋନ୍‌ ଯୋଗୁ ସୃଷ୍ଟି ହୋଇଥାଏ। ଏସବୁ ହରମୋନ୍‌ ଦ୍ୱାରା ଉଭୟଙ୍କଠାରେ ଭିନ୍ନ ଭିନ୍ନ ମାନସିକତା ଉତ୍ପନ୍ନ ହୋଇଥାଏ। ଫଳରେ ମହିଳାମାନଙ୍କଠାରେ ଅଧିକ ଦୟା ଭାବ ସୃଷ୍ଟି ହୋଇଥାଏ।

ସେହିପରି ହରମୋନ୍‌ର ପ୍ରଭାବ ଯୋଗୁ ପୁରୁଷଙ୍କ ମଧ୍ୟରେ ଖାମ୍‌ ଖିଆଲୀ ମନୋଭାବ ଜାତ ହୋଇଥାଏ। ଏହି ମର୍ମରେ ଗବେଷକ ୨ହଜାର ମହିଳା ଓ ପୁରୁଷଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନେ ଭିନ୍ନ ଭିନ୍ନ ପରିସ୍ଥିିତିରେ କିଭଳି ପ୍ରତିକ୍ରିୟା କରୁଛନ୍ତି ତାହା ଲିପିବଦ୍ଧ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଜଣାପଡିଥିଲା ଯେ , ୮୫ ପ୍ରତିଶତରୁ ଅଧିକ ମହିଳା ପୁରୁଷଙ୍କ ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇଥାନ୍ତି। ଅନ୍ୟପକ୍ଷରେ ପ୍ରାୟ ୫୫ ପ୍ରତିଶତ ପୁରୁଷ ମହିଳା ପରିସ୍ଥିତିକୁ ଭଲ ଭାବେ ବୁଝି ପାରିଥାନ୍ତି ଏବଂ ସେମାନଙ୍କ ପ୍ରତି ସମବେଦନା ଜଣାଇଥାନ୍ତି।

ଦୁଃଖ ସମୟରେ ପୁରୁଷମାନଙ୍କ ମନ କଥା କେଉଁ ମାନେ ବୁଝିଥାନ୍ତି? ଜାଣନ୍ତୁ boy and girl

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

Related posts

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ENO Beuro

କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ? ଆସନ୍ତୁ ଜାଣିବା

ENO Beuro

ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More