LIFESTYLE

ସଂପର୍କରେ କେଉଁ ମାନେ ଅଧିକ ଧୋକା ଦେଇଥାନ୍ତି? ଜାଣନ୍ତୁ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକଙ୍କୁ ଦେଖିବାକୁ ମିଳିଥାଏ । କିଛି ଲୋକ ନିଜ ପ୍ରେମକୁ ନେଇ ଖୁବ୍ ସଚେତନ ଥିବା ବେଳେ ଆଉ କିଛି ଲୋକ ପ୍ରେମକୁ ଖେଳନା ଭାବିଥାନ୍ତି । କିଛି ଦିନ ସଂପର୍କରେ ରହିଲା ପରେ ଧୋକା ଦେଇ ଛାଡି ପଳାଇ ଥାନ୍ତି । ଯାହାଫଳରେ ଦୁନିଆ ସାମ୍ନାରେ ବଦନାମ ହେବାକୁ ପଡିଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ମାନେ ସଂପର୍କରେ ଅଧିକ ଧୋକା ଦେଇଥାନ୍ତି-

ଅନୁସନ୍ଧାନରୁ ଜଣାପଡ଼ିଛି ଏକକ ସନ୍ତାନ ଅର୍ଥାତ୍ ସିଙ୍ଗିଲ ଚାଇଡ଼ ସାଧାରଣତଃ ନିଜ ସାଥିଙ୍କୁ ଅଧିକ ଧୋକା ଦେଇଥାନ୍ତି। ଅପର ପକ୍ଷରେ ମଝିଆଁ ସନ୍ତାନ ଅର୍ଥାତ୍ ମିଡ଼ିଲ ଚାଇଡ଼ ସବୁଠାରୁ ଅଧିକ ବିଶ୍ବାସନୀୟ ହୋଇଥାନ୍ତି। ସିଙ୍ଗଲ ଚାଇଡ଼ଙ୍କୁ ଏକରୁ ଅଧିକ ସଂପର୍କ ରଖିବା ପାଇଁ ମନରେ ଆଗ୍ରହ ରହିଥାଏ। କାରଣ ସେମାନେ ଏକାକୀ ରହିଥିବାରୁ କାହା ଉପରେ ଶୀଘ୍ର ବିଶ୍ବାସ କରିପାରନ୍ତି ନାହିଁ।

ଏହା ପ୍ରମାଣିତ ହୋଇଛି ଯେ ସିଙ୍ଗଲ ବା ଏକାକୀ ସନ୍ତାନ ମାନଙ୍କ ମନରେ ଦୃଷ୍ଟିଆର୍କଷଣ କରିବାର ଭାବନା ରହିଥାଏ। ଯାହା ଫଳରେ ସେ ଲୋକଙ୍କ ଆର୍କଷଣର କେନ୍ଦ୍ର ପାଲଟିବା ପାଇଁ ବହୁ ସଂପର୍କରେ ରହିଥାନ୍ତି। ଏହା ଛଡ଼ା ସେମାନେ ପିଲାଟି ବେଳୁ ଏକୁଟିଆ ରହିଆସିଥାନ୍ତି। ଏଣୁ ସେମାନଙ୍କ ମନରେ କାଳେ ତାଙ୍କୁ କିଏ ଧୋକା ଦେବ ତାହାର ଭୟ ରହିଥାଏ ।ଏଣୁ କିଏ ତାଙ୍କୁ ପ୍ରଥମେ ଛାଡ଼ି ପଳାଇବେ ସେହି ଚିନ୍ତାରେ ତାହା ପୂର୍ବରୁ ହିଁ ସେ ନିଜେ ତାଙ୍କୁ ଧୋକା ଦେଇ ଦିଅନ୍ତି।

ପଢନ୍ତୁ;ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

Related posts

ଖରାଦିନେ ବେଲପଣା ପିଇବା ଦ୍ଵାରା କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଗୃହପାଳିତ ପଶୁଙ୍କୁ ଘରେ ରଖିଲେ କଣ ହୁଏ ନଜର ପକାନ୍ତୁ

ENO Beuro

2 comments

Leave a Comment