• Home
  • ASTRO
  • VASTU
  • ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା
VASTU

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

ଯେତେବେଳେ ମହାଭାରତ ହେଉଥିଲା ସେଇ ସମୟରେ ଭଗବାନ କୃଷ୍ଣ କଳି ଯୁଗ ବିଷୟରେ କହିଥିଲେ। କଳିଯୁଗର ଲୋକମାନେ ଜୀବନଜାପାନ ଏବଂ ଚାଲି ଚାଲାଣ କେମିତି ରହିବ ଏ ସବୁ କଥା ମହାଭାରତ ସମୟରେ ହିଁ ଭଗବାନ କୃଷ୍ଣ କହିଥିଲେ। ପଞ୍ଚୁ ପାଣ୍ଡବ କଳିଯୁଗ ସମ୍ପର୍କରେ ଜାଣିବାକୁ ଚାହିଁଲେ। ସେମାନେ ଭଗବାନ କୃଷ୍ଣଙ୍କୁ ପଚାରିଲେ, କଳି ଯୁଗରେ ଲୋକଙ୍କ ବିଚାର କେମିତି ହେବ । ଏଇ କଥା ଶୁଣି ଭଗବାନ କୃଷ୍ଣ ପଞ୍ଚୁ ପାଣ୍ଡବଙ୍କୁ ଜଙ୍ଗଲକୁ ପଠେଇଲେ, କହିଲେ ଯାହା ଦେଖିବେ ଆସି ବିସ୍ତାରରେ କହିବ।

ପଞ୍ଚୁ ପାଣ୍ଡବ ଜଙ୍ଗଲରୁ ଫେରି ଭଗବାନ କୃଷ୍ଣଙ୍କୁ କଣ କହିଲେ ଜାଣନ୍ତୁ-

ଯୁଧିଷ୍ଠୀର କହିଲେ ମୁଁ ଜଙ୍ଗଲରେ ଗଲାବେଳେ ଦୁଇ ଶୁଣ୍ଢ ଥିବା ହାତୀ ଦେଖିଲି, ଏବେ ଭଗବାନ କୃଷ୍ଣ କହିଲେ “କଳି ଯୁଗରେ ଏମିତି ଲୋକ ଶାସନ କରିବେ ଯିଏ ଗୋଟେ କଥା କହି ଆଉ ଗୋଟେ କଥା କରିବେ।

ଭୀମ ଟିକେ ବଳବାନ ଥିବାରୁ ବହୁତ ବାଟ ଯିବା ପରେ ଦେଖିଲେ ଗାଈ ତାର ଛୁଆକୁ ଏମିତି ଚାଟୁଥିଲା ଯେମିତି ତାର ରକ୍ତ ବାହାରିଯିବ । ଏହି କଥା ଶୁଣି ଭଗବାନ କୃଷ୍ଣ କହିଲେ “କଳି ଯୁଗରେ ବାପା ମାଆ ତାଙ୍କ ଛୁଆକୁ ଏମିତ ସ୍ନେହ ଶ୍ରଦ୍ଧା କରି, ଏମିତି ସଂସାର ମୋହରେ ବାନ୍ଧିଦେବେ ସେ ଭବିଷ୍ୟତରେ ସାଂସାରିକ ହେଇଯିବ । ଯଦି ଅନ୍ୟ କାହା ସନ୍ତାନ ସାଧୁ ହୁଏ, ତାଙ୍କ ପାଖକୁ ଆଶ୍ରିବାଦ ନେବାକୁ ଚାଲିଯିବେ କିନ୍ତୁ ନିଜ ସନ୍ତାନ ସାଧୁ ହେଲେ କହିବେ, ଏହି ଠିକ ରାସ୍ତା ନୁହେଁ ।

ଅର୍ଜୁନ ଜଙ୍ଗଲରେ ଯିବା ସମୟରେ ଦେଖିଲେ ପକ୍ଷୀ ପରରେ ମନ୍ତ୍ର ଲେଖା ହୋଇଛି କିନ୍ତୁ ସେ ମାଂସ ଭୋଜନ କରୁଥିଲା । ଭଗବାନ କୃଷ୍ଣ କହିଲେ “କଳି ଯୁଗରେ ଏମିତି ଲୋକ ଦେଖାଯିବେ ଯେଉଁମାନେ ଲୋକଙ୍କ ସାମ୍ନାରେ ଭଗବାନଙ୍କ ନାମ ନେଉଥିବେ କିନ୍ତୁ ପଛ ପଟେ ସେମାନଙ୍କୁ ଠକି ମରୁଥିବେ”।

ଜଙ୍ଗଲରେ ଗଲା ବେଳେ ନକୁଳ ଦେଖିଲେ ଗୋଟେ ବଡ ପଥର ଖସିଯାଉଥିଲା ବେଳେ ଗୋଟେ ଛୋଟ ଗଛରେ ଲାଖି ରହିଯାଇଛି । ଭଗବାନ କୃଷ୍ଣ କହିଲେ କଳି ଯୁଗରେ ଲୋକଙ୍କୁ ବିଭିନ୍ନ ମୋହ ବାନ୍ଧି ରଖିବ କିନ୍ତୁ ଶେଷରେ ମଣିଷ ଛୋଟ ହରି ନାମରେ ହିଁ ମୁକ୍ତି ପାଇବ।

ସହଦେବ କହିଲେ ଜଙ୍ଗଲରେ ବହୁତ କୂପ ଦେଖିଲି ସେ କୂପ ଗଭୀର ଥିଲେ ମଧ୍ୟ କିନ୍ତୁ ସେଥିରେ ପାଣି ନଥିଲା । ଭଗବାନ କୃଷ୍ଣ କହିଲେ “କଳି ଯୁଗରେ ଲୋକ ନିଜ ବିଳାସରେ ପଇସା ଖର୍ଚ କରିବେ କିନ୍ତୁ ଭିକାରିଟିକୁ ସାହାଯ୍ୟ କରିବେ ନାହିଁ।

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା krishna

ପଢନ୍ତୁ; ଲୋକମାନେ ମନ୍ଦିର କାହିଁକି ଯାଆନ୍ତି ଓ ଏହାର ଉପକାରିତା ବିଷୟରେ ଜାଣନ୍ତୁ

Related posts

ଘରେ ରଖନ୍ତୁ ଏହି ବାଦ୍ୟଯନ୍ତ୍ର : ପାରିବାରିକ ସମ୍ପର୍କରେ ପ୍ରେମ ଓ ସଦଭାବନା ବଢିବ

Krishna Kumar Manoj

ଘରେ ରଖନ୍ତୁ ଗଣେଶଙ୍କ ମୂର୍ତ୍ତି,ଦୂର ହେବ ଅନେକ ସମସ୍ୟା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More