• Home
  • LIFESTYLE
  • କେଉଁ ସ୍ଵଭାବର ଲୋକମାନେ ଅଧିକ ନଖ କାମୁଡ଼ିଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ
LIFESTYLE

କେଉଁ ସ୍ଵଭାବର ଲୋକମାନେ ଅଧିକ ନଖ କାମୁଡ଼ିଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

ନଖ କାମୁଡିବା ଏକ ବଡ ବଦଭ୍ୟାସ। ଏହା ସାଧାରଣତଃ ପିଲାଙ୍କ ପାଖରେ ଦେଖାଯାଇଥାଏ। ବିଶେଷଜ୍ଞ ମତରେ ନଖ କାମୁଡିବାର ଅନେକ କାରଣ ମଧ୍ୟ ରହିଥାଏ।

ଜାଣନ୍ତୁ ସେ କାରଣ ଗୁଡିକ କଣ-

  • ଯେଉଁ ବର୍ଗର ଲୋକେ ନିଜ ମନର କଥାକୁ ସହଜରେ କହିପାରନ୍ତି ନାହିଁ, ସେମାନେ ନଖ କାମୁଡ଼ୁଥିବାର ଦେଖାଯାଇଥାଏ।
  • ଅନେକ ଲୋକଙ୍କର ବିଭିନ୍ନ କାମ କରିବା ନିମନ୍ତେ ସାହସ ଜୁଟିନଥାଏ ଏମାନେ ମଧ୍ୟ ନଖ କାମୁଡ଼ିଥାନ୍ତି।
  • ଅନେକ କର୍ମଜୀବୀ ମଧ୍ୟ ରୀତିମତ ନଖ କାମୁଡ଼ିଥାନ୍ତି। ଏହା ପଛର ମୁଖ୍ୟ କାରଣ ହେଲା ନଖ କାଟିବା ନିମନ୍ତେ ସେମାନଙ୍କ ନିକଟରେ ସମୟ ନଥାଏ।
  • ନଖ କାମୁଡ଼ୁଥିବା ସଂଖ୍ୟାଧିକ ଲୋକେ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିବାର ପ୍ରକାଶ।
  • ନର୍ଭସ୍ ରୋଗୀମାନେ ନଖ କାମୁଡ଼ିଥାନ୍ତି। ଏହା ଦ୍ବାରା ସେମାନଙ୍କୁ ମାନସିକ ଶାନ୍ତି ମିଳୁଥିବାର ମତ ମିଳିଛି।

ନଖ କାମୁଡିବା ଭଳି ବଦଭ୍ୟାସରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ଟିପ୍ସ –

  • ନଖକୁ ସବୁବେଳେ ଛୋଟ ଛୋଟ କାଟି କରି ରଖନ୍ତୁ । ନଖ ନ ଥିଲେ ଆପେ ଆପେ ନଖ କାମୁଡ଼ା ବନ୍ଦ ହୋଇଯିବ।
  • ବଜାରରେ ପିତା ଲାଗୁଥିବା ନେଲ୍ ପଲିସ ମିଳିଲାଣି । ତାକୁ ନିଜ ନଖରେ ଲଗାଇଲେ ନଖ ପାଟିକୁ ନେବା ପୂର୍ବରୁ ଆପଣ ଦୁଇ ଥର ଭାବିବେ।
  • ନଖ ଏବଂ ପାଟିକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଷ୍ଟ୍ରେସ୍ ବଲ ବା ଟିପ୍ ଟପ୍ ପେନ ବ୍ୟବହାର କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାତ ବ୍ୟସ୍ତ ରହିବା ସହ ପାଟିକୁ ଯିବ ନାହିଁ।

କେଉଁ ସ୍ଵଭାବର ଲୋକମାନେ ଅଧିକ ନଖ କାମୁଡ଼ିଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ nail

ପଢନ୍ତୁ; ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 

Related posts

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

Krishna Kumar Manoj

ରୋଗରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

Krishna Kumar Manoj

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More