• Home
  • Entertainment
  • କେବେ ଶ୍ୟାମଳ ରଙ୍ଗ ପାଇଁ ଏହି ଅଭିନେତାଙ୍କୁ ମିଳି ନଥିଲା ଫିଲ୍ମ!
Entertainment

କେବେ ଶ୍ୟାମଳ ରଙ୍ଗ ପାଇଁ ଏହି ଅଭିନେତାଙ୍କୁ ମିଳି ନଥିଲା ଫିଲ୍ମ!

ପ୍ରଥମରୁ ବିଫଳତା ପରେ ଜାତୀୟ ପୁରସ୍କାର

ଅଭିନେତା ରାଜକୁମାର ରାଓ ନିଜର ଭଲ ଅଭିନୟ ଯୋଗୁଁ କିଛି ବର୍ଷ ମଧ୍ୟରେ ଏକ ଭିନ୍ନ ସଫଳତା ହାସଲ କରି ପାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ତାଙ୍କ ପ୍ରକୃତ ନାମ ରାଜକୁମାର ଯାଦବ। ସେ ୩୧ ଅଗଷ୍ଟ ୧୯୮୪ରେ ଗୁଡ଼୍‍ଗାଓଁ ର ଅହିରବାଲ ଠାରେ ଜନ୍ମ ହୋଇଥିଲେ। ରାଜକୁମାର ଗୁଡ଼୍‍ଗାଓଁର ବ୍ଲୁ ବେଲ୍ସ ମଡ଼େଲ ସ୍କୁଲ୍‍ରେ ପାଠ ପଢା ଆରମ୍ଭ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ସେ ଦିଲ୍ଲୀ ଆସିଥିଲେ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଆତ୍ମାରାମ ସନାତନ ଧର୍ମ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ନିଜ ଅଭିନୟ ବଳରେ ସେ କେବଳ ବଲିଉଡ଼୍‍ରେ ନାଁ କରି ନାହାଁନ୍ତି ବରଂ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

rao ଫିଲ୍ମ କେବେ ଶ୍ୟାମଳ ରଙ୍ଗ ପାଇଁ ଏହି ଅଭିନେତାଙ୍କୁ ମିଳି ନଥିଲା ଫିଲ୍ମ! rao

ସେ ବିବିଧ ଶୈଳୀର କଳାକାର । ନିଜର କଠିନ ପରିଶ୍ରମରେ ସେ ଭଲ ଅଭିନୟ ପରିବେଷଣ କରିଥାନ୍ତି । ସେ ୨୦୧୦ରେ ଫିଲ୍ମ ରଣରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆରମ୍ଭରୁ ସେ ଛୋଟ ଛୋଟ ରୋଲ କରୁଥିଲେ । ୨୦୧୩ରେ ଫିଲ୍ମ ଶହିଦରୁ ତାଙ୍କ କ୍ୟାରିଅର ଆଗକୁ ବଢିଥିଲା । ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ତେବେ ସେ କିଙ୍ଗ ଖାନଙ୍କୁ ତାଙ୍କ ଆଦର୍ଶ ମାନନ୍ତି । ତାଙ୍କ କହିବା ଅନୁସାରେ ଶାହାରୁଖଙ୍କ ଭଳି ଜଣେ ଆଉଟ ସାଇଟର ଯଦି ସଫଳତା ପାଇ ପାରିଛନ୍ତି ମୁଁ ମଧ୍ୟ ତାହା କରିପାରିବି।

ସେ ଆହୁରିମଧ୍ୟ କହିଛନ୍ତି ଯେ,ଦିନେ ସମୟ ଥିଲା ଯେତେବେଳେ ତାଙ୍କୁ ଫିଲ୍ମରେ କାମ ମିଳୁନଥିଲା । ନିଜର ସାବନା ରଙ୍ଗ ଯୋଗୁଁ ତାଙ୍କୁ ଫିଲ୍ମ ମିଳୁନଥିଲା । ମୁମ୍ବାଇରେ ସେ ୧୦୦ରୁ ଅଧିକ ଅଡ଼ିସନ ମଧ୍ୟ ଦେଇଛନ୍ତି । ଭରଣପୋଷଣ ପାଇଁ କେତେକ ଆଡ଼ ଫିଲ୍ମ କରିଛନ୍ତି।

ପଢନ୍ତୁ;ପାକିସ୍ତାନକୁ ଆର୍ଥିକ ଅନୁଦାନ ବନ୍ଦ କଲା ଆମେରିକା

Related posts

“Mun Jitu” New Odia Album Song Audio Of Jitu Rout

Jitendra

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

Krishna Kumar Manoj

ଜ୍ୟୋତି-ଝିଲିକ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ଏକ ଓଡିଆ ସିନେମାରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More