Entertainment

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କ ଝିଅ ସୁହାନା ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ସେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ସେହି ସ୍କୁଲର ଡର୍ମିଟାରିରେ ପାସ୍ତା ତିଆରି କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଦିନତଳେ ସୁହାନା ଏବଂ ଶାହରୁଖ୍‌ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ।ଶାହରୁଖ ଖାନ୍‌ ସୁହାନାଙ୍କୁ ଲଣ୍ଡନ ପଠାଇବାପାଇଁ ସେଠାକୁ ଆସିଥିଲେ ।

ସେ ବାପାଙ୍କ ଭଳି ଅଭିନୟ କ୍ଷେତ୍ରରେ ପ୍ରବେଶ କରିବେ।୨୦୧୮ରେ ବଲିଉଡରେ ଡେବୁ କରିବାକୁ ଯାଉଥିବା ଖବର ଏକଦମ୍‌ ପକ୍କକା। କାରଣ ସୁହାନା ଗତ କିଛି ମାସ ହେବ ଅଧିକାଂଶ ପାର୍ଟିରେ ଯୋଗ ଦେଉଛନ୍ତି। ଖାଲି ସେତକି ନୁହେଁ ,ସେ ଫିଲ୍ମ ପ୍ରମିଅରକୁ ବି ମିସ୍‌ କରୁ ନାହାନ୍ତି। ସେ ନିଜର ଇନଷ୍ଟାଗ୍ରାମରେ ଅନେକ ସମୟରେ ନିଜ ବୋଲଡ ଫଟୋ ବି ସେଆର୍‌ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।

ସେ ଜଣେ ଜନ୍ମଜାତ କଳାକାର। ସେ ଥିଏଟର ସହିତ ଜଡିତ। ତାଙ୍କର ଅଭିନୟ ଦେଖି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୁହାନାଙ୍କର ପ୍ରଶଂସା କରିଥିଲେ। ସେ ଯାହା ହେଉନା କାହିଁକି ପିତା ଶାହରୁଖ୍ ଖାନଙ୍କ ଅପେକ୍ଷା ଏବେ ବଲିଉଡର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୁହାନା। ଏବେ ସେ କେଉଁ ସିନେମାରେ ପ୍ରଥମେ ଅଭିନୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏଥିପାଇଁ କାହାଣୀ ଖୋଜିବାର ଦାୟିତ୍ୱ ଦିଆଯାଇଛି ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ। ଶୁଣିବାକୁ ମିଳୁଛି ଯେ ଇତିମଧ୍ୟରେ କାହାଣୀ ଖୋଜା ସରିଛି । କିଏ ଏହାର ନିର୍ଦ୍ଦେଶନା ଦେବେ ତାହା ଦେଖିବାକୁ ବାକି ରହିଲା। ଆଉ ଏହି ସିନେମାରେ କିଏ ସୁହାନାଙ୍କର ନାୟକ ହେବେ ତାହା ଜାଣିବାକୁ ଅପେକ୍ଷା ଅଛି।

ଏଠାରେ ସୂଚନାଯୋଗ୍ୟ ଯେ ସୁହାନା ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ ଙ୍କ ସହ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ମଲ୍ଟିପ୍ଲେକସରେ ଆୟୋଜିତ ଫିଲ୍ମ‘ଟ୍ୟୁବଲାଇଟ୍‌’ର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେଇ ପ୍ରଥମେ ଚର୍ଚ୍ଚିତା ହୋଇଥିଲେ । ଏହି ସିନେମା ଦେଖିବାଲାଗି ଶାହରୁଖ୍ ଖାନ କାଜୁଆଲ୍‌ ଡ୍ରେସ୍‌ ପିନ୍ଧିଥିବା ବେଳେ ଝିଅ ସୁହାନା ଏକ ଆକର୍ଷଣୀୟ ଟପ୍‌ ଏବଂ ଜିନସ୍‌ ପିନ୍ଧିଥଲେ।

ପଢନ୍ତୁ ;

ବସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ ?

Related posts

ରିଲିଜ ହେଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର

ENO Beuro

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ENO Beuro

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

ENO Beuro

1 comment

Leave a Comment