News

ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

‘ବହୁବିବାହ’ ଏବଂ ‘ନିକାହ ହଲାଲା’ ପ୍ରଥାର ସାମ୍ବିଧାନିକ ବୈଧତା ପରୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମ୍‌କୋର୍ଟ

ତିନି ତଲାକ୍‌ ପରେ ଏବେ ମୁସଲ୍‌ମାନ ସମାଜରେ ପ୍ରଚଳିତ ନିକାହା ହଲାଲା ତଥା ବହୁବିବାହ ମାମଲା ଉପରେ ଦାଖଲ ହୋଇଥିବା ଅଭିଯୋଗର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ସମେତ ଲ’ କମିଶନଙ୍କ ମତ ଲୋଡିଛନ୍ତି। ଶୀର୍ଷ ଅଦାଲତରେ ହଲାଲା ଏବଂ ବହୁବିବାହ ପରମ୍ପରାକୁ ନିଷିଦ୍ଧ ଘୋଷଣା କରିବା ପାଇଁ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଓ ସାୟାରାବାନୁ ମିଳିତ ଭାବେ ମାମଲା ଦାଖଲ କରିଥିବାବେଳେ ଦିଲ୍ଲୀର ନାଫିସା ଖାଁ ଏବଂ ସମିନା ବେଗମ୍‌ ଭିନ୍ନ ଭିନ୍ନ ମାମଲା ଦାଖଲ କରିଥିଲେ।

‘ତତ୍କାଳ ତିନି ତଲାକ୍‌’କୁ ଅସାମ୍ବିଧାନିକ ଘୋଷଣା କରିବାର ୭ ମାସ ପରେ ସୁପ୍ରିମକୋର୍ଟ ଆଜିମୁସଲିମ୍‌ ଧର୍ମରେ ପ୍ରଚଳିତ ‘ବହୁବିବାହ’ ଏବଂ ‘ନିକାହ ହଲାଲା’ ପ୍ରଥାର ସାମ୍ବିଧାନିକ ବୈଧତା ପରୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି। କୋର୍ଟ ମଧ୍ୟ ଏନେଇ କେନ୍ଦ୍ର ସରକାର ଏବଂ ଆଇନ କମିସନ୍‌ଙ୍କ ମତାମତ ଲୋଡ଼ିଛନ୍ତି। ମୁସଲିମ ଧର୍ମରେ ପ୍ରଚଳିତ ଏହି ଦୁଇଟି ପ୍ରଥାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ କିଛି ଆବେଦନର ଶୁଣାଣି କରି ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଦୁଇଟି ପ୍ରସଙ୍ଗର ଶୁଣାଣି ଏକ ପାଞ୍ଚଜଣିଆ ବୃହତ୍‌ ଖଣ୍ଡପୀଠ କରିବେ ବୋଲି ସ୍ପଷ୍ଟ କରିିଛନ୍ତି।

ସୂଚନାଯୋଗ୍ୟ ,ମୁସଲିମ୍‌ ଧର୍ମରେ ପ୍ରଚଳିତ ‘ବହୁବବିାହ’ ପ୍ରଥା ଅନୁଯାୟୀ, ଜଣେ ପୁରୁଷ ଏକାଧିକ ପତ୍ନୀ ରଖିପାରିବେ ଏବଂ ‘ନିକାହ ହଲାଲା’ ପଦ୍ଧତିରେ ଜଣେ ମହିଳା ଛାଡ଼ପତ୍ର ପାଇଲା ପରେ ମଧ୍ୟ ପୂର୍ବ ସ୍ୱାମୀଙ୍କୁ ପୁଣି ବିବାହ କରିପାରିବେ। ତେବେ ଏଥିପାଇଁ ସେ ପ୍ରଥମେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରି ତାଙ୍କୁ ଛାଡ଼ପତ୍ର ଦେବାକୁ ପଡ଼ିବ ଏବଂ ତା’ପରେ ହିଁ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ। ଏହି ଦୁଇଟି ପ୍ରଥା ସମାନତାର ଅଧିକାରକୁ ଉଲ୍ଳଂଘନ କରୁଛି ଏବଂ ଏହା ମହିଳାଙ୍କ ବିରୋଧରେ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଏହା ବିରୋଧରେ ଅନେକ ଆବେଦନ ମଧ୍ୟରୁ ଅଦାଲତ ୩ଟିର ଶୁଶାଣି କରିଛନ୍ତି।

ପଢନ୍ତୁ; ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

Related posts

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

ENO Beuro

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro

ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦାଖଲ ! କହିଲେ, ମୋ ବିରୋଧରେ କରାଯାଉଛି ଷଡଯନ୍ତ୍ର

ENO Beuro

1 comment

Leave a Comment