Entertainment

ହାଉସ୍‌ଫୁଲ୍‌-୪ ରୁ ଓହରିଲେ ସାଜିଦ୍ ଖାନ୍

ବଲିଉଡ୍‌ ଉପରେ ପଡିଛି ମି ଠୁ ଚଡ଼କ ଏବଂ ପ୍ରତ୍ୟେକ ଦିନ ବଲିଓଡରେ ନୂଆ ଘଟଣା ଦେଖିବାକୁ ମିଳୁଛି। ସଦ୍ୟ ଘଟଣାକ୍ରମେ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଏକାବେଳକେ ୩ଟି ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଅଭିନେତ୍ରୀ ସଲୋନି ଚୋପ୍ରା ଏବଂ ରାଚେଲ୍‌ ହ୍ବାଇଟ୍‌ ଓ ଜଣେ ସାମ୍ବାଦିକା ଏଭଳି ଅଭିଯୋଗ ଆଣିଛନ୍ତି।

rape ସାଜିଦ୍ ହାଉସ୍‌ଫୁଲ୍‌-୪ ରୁ ଓହରିଲେ ସାଜିଦ୍ ଖାନ୍ rape

ତେବେ ଏଭଳି ଅଭିଯୋଗ ଆସିବା ପରେ ସାଜିଦ୍‌ ଅତ୍ୟନ୍ତ ମର୍ମାହତ ହୋଇଥିବା ବେଳେ ନୈତିକତା ଦୃଷ୍ଟିରୁ ନିଜର ବିଗ୍ ବଜେଟ୍ ଫିଲ୍ମ ହାଉସଫୁଲ-4ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ଛାଡି ଦେଇଛନ୍ତି । ଫିଲ୍ମର ସୁଟିଂ ଚାଲିଥିବା ବେଳେ ଏବେ ଅନିଶ୍ଚିତତା ଘେରରେ ମୋଷ୍ଟ କମର୍ସିଆଲ୍‌ ସକ୍ସେସ୍ ଫିଲ୍ମ ହାଉସଫୁଲ-4 । ସାଜିଦ୍ ନିଜ ପ୍ରତିକ୍ରିୟା ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି।

ସାଜିଦ୍‌ ନିଜ ଟ୍ୱିଟ୍‌ରେ କୁହନ୍ତି ଯେ, “ମୋ ବିରୁଦ୍ଧରେ ଅଭିଯୋଗ ଆସିଛି, ମୋ ପରିବାର, ଫିଲ୍ମ ହାଉସଫୁଲ-4 ଏବଂ ଷ୍ଟାରକାଷ୍ଟଙ୍କ ଉପରେ ଚାପ ପକାଯାଉଛି । ତେଣୁ ନୈତିକତା ଦୃଷ୍ଟିରୁ ମୁଁ ହାଉସଫୁଲ-4ର ନିର୍ଦ୍ଦେଶନା ଦାୟିତ୍ୱ ଛାଡୁଛି । ଯେପର୍ଯ୍ୟନ୍ତ ସତ ସାମ୍ନାକୁ ଆସିନାହିଁ, ମିଡିଆ ବନ୍ଧୁଙ୍କୁ ନିଜ ନିଷ୍ପତ୍ତି ନ ଶୁଣାଇବାକୁ ମୁଁ ଅନୁରୋଧ କରୁଛି” ।

ଫିଲ୍ମ ଶୁଟିଙ୍ଗ ବାତିଲ କଲେ ଅକ୍ଷୟ କୁମାର

ଅନ୍ୟପଟେ ଅକ୍ଷୟ କୁମାର ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ହାଉସଫୁଲ-4ର ପ୍ରଯୋଜକଙ୍କୁ ନେଇ ତଦନ୍ତ ହେବା ପର୍ଯ୍ୟନ୍ତ ଫିଲ୍ମର ସୁଟିଂ ସ୍ଥଗିତ ରଖିବାକୁ ସେ କହିଛନ୍ତି । ଅକ୍ଷୟ ପୁଣି କହିଛନ୍ତି ଯେ, ସେ ଏଭଳି କୌଣସି ଅଭିଯୁକ୍ତଙ୍କ ସହ କାମ କରିବାକୁ ଚାହାନ୍ତି ନାହିଁ, ଯାହା ନାଁରେ ଯୌନ ଶୋଷଣ ଭଳି ଅଭିଯୋଗ ଆସିଛି । ଏହାର କଡା ତଦନ୍ତ ଆବଶ୍ୟକ ଏବଂ ସମସ୍ତଙ୍କୁ ନ୍ୟାୟ ମିଳିବା ଦରକାର।

ପଢନ୍ତୁ; ପଦ୍ମଭୂଷଣ ତଥା ସଙ୍ଗୀତକାର ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ

Related posts

ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

ENO Beuro

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ENO Beuro

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More