ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଯଦି ହେତୁବାଦୀମାନେ ପୁରୀ କିମ୍ବା ଶ୍ରୀମନ୍ଦିରର ପ୍ରବେଶ କରିଛନ୍ତି ସେମାନଙ୍କୁ ବିରୋଧ କରାଯିବ ।
ଥମିବାର ନାଁ ନେଉନାହିଁ ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ । ଏହା ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଯଦି ହେତୁବାଦୀମାନେ ପୁରୀ କିମ୍ବା ଶ୍ରୀମନ୍ଦିରର ପ୍ରବେଶ କରିଛନ୍ତି ସେମାନଙ୍କୁ ବିରୋଧ କରାଯିବ । ଏହା ପଛରେ ଏକ ବଡ ଉଦ୍ଦେଶ୍ୟ ରହିଛି । ଏମାନଙ୍କ ମନୋଭାବ ଓ ବିଚାରଧାରା ଗ୍ରହଣୀୟ ନୁହେଁ । ଏମାନେ ପୁରୀ ଆସିଲେ କଡା ଜବାବ ଦିଆଯିବ । ଏମାନେ ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି କହିଛନ୍ତି ଅନୀଲ ଗୋଚ୍ଛିକାର। ପୂର୍ବରୁ ହେତୁବାଦୀଙ୍କୁ ବିରୋଧ କରି ଓଡିଶା ମନ୍ଦିର ସେବାୟତ ସଂଘ ଓ ଶ୍ରୀମନ୍ଦିର ସେବାୟତ ସଂଘ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଥିଲା । ଏହାସହ ସିଂହଦ୍ୱାର ଥାନାରେ ଏତଲା ବି ଦିଆଯାଇଥିଲା । ରାଜ୍ୟ ସରକାର ପଦକ୍ଷେପ ନେବାକୁ ବି ଦାବି କରାଯାଇଥିଲା । ତେଣୁ ହେତୁବାଦୀମାନେ ପୁରୀ ଆସି ସିଂହଦ୍ୱାର ସାମ୍ନାରେ ଆଣ୍ଠେଇ ଜଗନ୍ନାଥଙ୍କୁ କ୍ଷମାମାଗନ୍ତୁ । ନହେଲେ ବଡଦାଣ୍ଡରେ ସେମାନଙ୍କୁ ଆଣ୍ଠେଇ ଆଣ୍ଠେଇ ନେବେ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦ ବଢୁଛି । ଆଗାମୀ ଦିନରେ ହେତୁବାଦୀମାନଙ୍କୁ ବିରୋଧ କରିବାକୁ ସମାବେଶ କରିବାକୁ ବି ପ୍ରସ୍ତୁତି ଚାଲିଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।