EnewsOdia.Com

ଫିଲ୍ମ ଇଣ୍ଡିଆନ୍ ୨ର ସୁଟିଂ ସେଟରେ ଅଘଟଣ, କ୍ରେନ୍ ଖସି ୩ମୃତ, ୯ଗୁରୁତର

କମଲ ହାସନ୍‌ ଅଭିନୟ କରୁଥିବା ଚଳଚ୍ଚିତ୍ର ‘ଇଣ୍ଡିଆନ୍‌-୨’ ସୁଟିଙ୍ଗ୍‌ ସେଟ୍‌ରେ ବୁଧବାର ରାତିରେ ଏକ କ୍ରେନ୍‌ ଖସିପଡ଼ିବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୯ ଜଣ ବ୍ୟକ୍ତି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି। ସୁଟିଙ୍ଗ୍‌ ନିମନ୍ତେ ଏକ ସେଟ୍‌ ନିର୍ମାଣ କରାଯିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୁଟିଙ୍ଗ୍‌ ସେଟ୍‌ରେ ଉପସ୍ଥିତ ଥିବା କ୍ରୁ’ମାନଙ୍କ ଉପରେ କ୍ରେନ୍‌ର ଶୀର୍ଷରେ ଲାଗିଥିବା ଏକ ଲାଇଟ୍‌ ସେଟ୍‌-ଅପ୍‌ ଖସିପଡ଼ିବାରୁ ଏହି ଅଘଟଣ ଘଟିଥିଲା। ଲାଇଟ୍‌ ସେଟ୍‌-ଅପ୍‌ ବନ୍ଧା ଯାଇଥିବା ଦଉଡ଼ିଟି ଛିଡ଼ି ଯାଇଥିଲା। ନଜରାତପେଟ୍‌ସ୍ଥିତ ଏକ ଘରୋଇ ସିନେମା ଷ୍ଟୁଡିଓରେ ଏହି ଚଳଚ୍ଚିତ୍ରର କେତେକ ଦୃଶ୍ୟ ସୁଟିଙ୍ଗ୍‌ ହେଉଥିଲା।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦେଶକ ଶଙ୍କରଙ୍କର ବ୍ୟକ୍ତିଗତ ସହଯୋଗୀ ୨୯ ବର୍ଷିୟ ମଧୁ, ସହକାରୀ ନିର୍ଦେଶକ ୩୪ ବର୍ଷିୟ କୃଷ୍ଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତ ବ୍ୟକ୍ତିଜଣଙ୍କର ପରିଚୟ ମିଳିନାହିଁ। ନିର୍ଦେଶକ ଶଙ୍କରଙ୍କର ଗୋଟାଏ ଗୋଡ଼ ଭାଙ୍ଗିଥିବା ଶୁଣାଯାଇଥିଲେ ବି ତାହା ଗୁଜବ ବୋଲି ପରେ ଜଣାପଡ଼ିଲା।

ପଢନ୍ତୁ: ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

ସମ୍ବନ୍ଧିତ ଖବର

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana

ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

Ratnamani Maharana

ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର

Ratnamani Maharana

ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

Ratnamani Maharana