ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ
ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ରାଜ୍ୟ ଉପରୁ କମୁଥିବାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ।
Loading...
ଯଶସ୍ବୀ ସାହିତ୍ୟିକ ପ୍ରଖ୍ୟାତ କବି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି ।
ଯଶସ୍ବୀ ସାହିତ୍ୟିକ ପ୍ରଖ୍ୟାତ କବି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସେ ଅଗଷ୍ଟ 4ତାରିଖରୁ ଏସସିବି ବଡ ମେଡିକାଲ ଚିକିତ୍ସିତ ହେଉଥିଲେ । ଗତକାଲି (ରବିବାର) ରାତିରେ ତାଙ୍କର ଦେହାନ୍ତ ହୋଇଛି । 95 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର । ଆଜି (ସୋମବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜୟନ୍ତ ମହାପ୍ରାତ୍ରଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପତ୍ନୀଙ୍କ ସହିତ ଜୟନ୍ତ ମହାପାତ୍ର
ସୂଚନାନୁସାରେ, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖାନନଗରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।୨୦୦୮ରେ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’ ଶେଷ ଇଚ୍ଛା (ମାଇଁ ଲାଷ୍ଟ ଉଇସ୍)। ୩ଟି କଥା ଲେଖି ସେ ଏହାକୁ ସାହିତ୍ୟିକ ସୁସ୍ମିତା ରଥଙ୍କୁ ଦେଇଥିଲେ। ଇଂରାଜୀରେ ଲିଖିତ ସେହି ଶେଷଇଚ୍ଛା ପତ୍ରର ବିଷୟବସ୍ତୁ ରହିଛି ଏହିଭଳି….
୧) ମୋ’ ମରଶରୀର ଖାନନଗରର ବିଦ୍ୟୁତ ଚୁଲାରେ ଦାହ ହେବ। ଏହା ପୋତା ଯିବ ନାହିଁ। ମୋ’ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ମୋର ବନ୍ଧୁ, ଶୁଭେଚ୍ଛୁ ମାନଙ୍କ ଗହଣରେ ମୋର ମୃତଦେହକୁ ଭ୍ୟାନ୍ ଅଥବା ଆମ୍ବୁଲାନ୍ସରେ ନିଆଯିବ। ମୋ ମୃତ୍ୟୁ ପରେ ଯେତେଶୀଘ୍ର ସମ୍ଭବ ଏସବୁ କାର୍ଯ୍ୟ ଶେଷ କରାଯିବ।
୨) ଆମର ବର୍ତ୍ତମାନର ଜମିର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ୨୦ ଫୁଟରେ ୨୦ ଫୁଟର ଜମିକୁ ଶ୍ରୀମତି ଜେ. ସରୋଜିନୀଙ୍କୁ ଦିଆଯିବ, ଯିଏକି ୩୫ ବର୍ଷ ଧରି ବିଶ୍ବସନୀୟତାର ସହ ମୋର ସେବା କରି ଆସିଛନ୍ତି। ମୁଁ ମୋର ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଏକାଠି ବସି ଏ ସଂପର୍କରେ ନିଷ୍ପତ୍ତି ନେଇଥିଲୁ।
୩) ମୋର ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୋର ମୃତ୍ୟୁ ପରେ ପୋତି ଦିଆଯିବ।
Shakespeare, in the beautiful garden, among the party. Some of the hall: in fact she was ever to.
ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ରାଜ୍ୟ ଉପରୁ କମୁଥିବାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ।
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।