VASTU

ଗରୁଡ ପୁରାଣରେ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ ରହିଛି କିଛି ଖାସ୍ ତଥ୍ୟ ; ଆସନ୍ତୁ ଜାଣିବା

By ENO Beuro

January 17, 2018

ଗରୁଡ ପୁରାଣରେ ଭାଗ୍ୟଶାଳୀ ସ୍ତ୍ରୀ ଓ ପୁରୁଷଙ୍କ  ବିଷୟରେ କିଛି ଖାସ୍ ତଥ୍ୟ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ଏହି ଗୁଣ ଥାଏ, ସେମାନେ ଜୀବନରେ ଭାଗ୍ୟଶାଳୀ ହେବା ସହ ଓ ସୁଖ ପ୍ରାପ୍ତ କରିଥାନ୍ତି । ଆସନ୍ତୁ ଜାଣିବା ଏପରି ୧୦ଟି ଗୁଣ, ଯାହାଦ୍ୱାରା ପୁରୁଷଙ୍କ ଭାଗ୍ୟଦୋୟ ହୋଇଥାଏ; -ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିବାରେ ବିଶ୍ୱାସ ରଖିଥାନ୍ତି ଓ ସକାଳୁ ଶାରୀରିକ ବ୍ୟାୟାମ କରିଥାନ୍ତି । ସେମାନେ ସର୍ବଦା ନିରୋଗ ରହିଥାନ୍ତି। -ଯେଉଁ ବ୍ୟକ୍ତି ଶାରୀରିକ ଶ୍ରମ କରିବାରେ କେବେ ଅନିଚ୍ଛା ପ୍ରକାଶ କରନ୍ତି ନାହିଁ ଓ କଠିନ ପରିଶ୍ରମ କରିଥାନ୍ତି । ସେମାନେ ଜୀବନରେ ସର୍ବଦା ସୁଖପ୍ରାପ୍ତ କରିଥାନ୍ତି।

-ଯେଉଁ ପୁରୁଷ ନିଜ ପରିବାର ଓ ବନ୍ଧୁଙ୍କ ସମ୍ପର୍କରେ ରହିଥାଏ ଓ ସମସ୍ତଙ୍କ ଧ୍ୟାନ ରଖିଥାଏ। ସେ ସମସ୍ତ ସ୍ଥାନରେ ମାନ ସମ୍ମାନ ପାଇଥାଏ। -ଏପରି ବ୍ୟକ୍ତି ଯିଏ କହିବା ଅପେକ୍ଷା ଶୁଣିବାରେ ବିଶ୍ୱାସ ରଖିଥାନ୍ତି, ସେ ଏକ ଭଲ ଜୀବନସାଥୀ ହୋଇପାରନ୍ତି।ଏପରି ପୁରୁଷଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ। -ଏପରି ଅନେକ ବ୍ୟକ୍ତି ରହିଛନ୍ତି ଯିଏ ନିଜ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ଉଜାଗର କରିବା ପରେ ଚିନ୍ତାମୁକ୍ତ ହୋଇଥାନ୍ତି । ଯେଉଁ ପୁରୁଷ ନିଜ ସମ୍ବନ୍ଧର ଗୋପନୀୟତା ବଜାୟ ରଖିଥାନ୍ତି, ସେ କେବେହେଲେ  ଚିନ୍ତାରେ ପଡନ୍ତି ନାହିଁ । -ଯେଉଁ ବ୍ୟକ୍ତି ନୂତନ ସୁଖ-ସୁବିଧା ବସ୍ତୁ ପାଇବାକୁ ଚେଷ୍ଟା କରନ୍ତି ନାହିଁ ବରଂ ଯାହା ଅଛି ସେଥିରେ ସନ୍ତୁଷ୍ଟ ହୁଅନ୍ତି । ସେମାନେ ସର୍ବଦା ଶାନ୍ତିରେ ରୁହନ୍ତି। -ଶ୍ରେଷ୍ଠ ପୁରୁଷ ସିଏ, ଯିଏ ନିଜର ଗୁଣ  ନିଜେ ବଖାଣ କରନ୍ତି ନାହିଁ । ନିଜ ପ୍ରଂଶସା ନିଜେ କରିବା ଭଲ ଗୁଣ ଧରାଯାଏ ନାହିଁ । -ଯେଉଁ ପୁରୁଷ ଛୋଟ ହୁଅନ୍ତୁ ବା ବଡ ସମସ୍ତଙ୍କ ଆଦର କରନ୍ତି ଓ ସମସ୍ତଙ୍କ ସୁଖ ଦୁଃଖର ଧ୍ୟାନ ରଖନ୍ତି । ସେମାନେ ସମସ୍ତଙ୍କ ଭଲପାଇବା ପାଇଥାନ୍ତି ।

ପଢନ୍ତୁ ;

ଅଫିସରେ କାମ କରିବାକୁ ମନ ଲାଗୁନାହିଁ କି ? ଏଥିପାଇଁ ବାସ୍ତୁଦୋଷ ହୋଇପାରେ ବଡ କାରଣ ; ଜାଣନ୍ତୁ