SPORTS

ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ହେବ: ରବି ଶାସ୍ତ୍ରୀ

ମେ ୩୦ରେ ହେବାକୁ ଯାଉଛି ବିଶ୍ଵକପ। ହାତରେ ମାତ୍ର ଦିନ କେଇଟା। ବିଶ୍ଵକପ  ପାଇଁ ରଣନୀତି ପ୍ରସ୍ତୁତ କରିସାରିଲାଣି ଭାରତ। ବିଶ୍ଵକପ ଟାଇଟେଲ ପାଇଁ ଭାରତ ଦାବିଦାର ବୋଲି ସାଧାରଣରେ ଚର୍ଚା ହେଉଛି। ଏହି  ଚର୍ଚା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଲାଗି ରହିଛି ଅନେକ ଉତ୍କଣ୍ଠା। ତେବେ ଏହି ସମୟରେ ଭାରତୀୟ  ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ  ମତ ଭାରତୀୟ ଖେଳାଳିଙ୍କ ଉପରେ ଆଣିଦେଇଛି ପ୍ରଶ୍ନ।

ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍  ପାଇଁ ଟାଇଟଲ୍ ଦାବିଦାର ବୋଲି ଶାସ୍ତ୍ରୀ କହିଛନ୍ତି। ଇଂଲଣ୍ଡ ଗତ ଦୁଇବର୍ଷରେ ଲଗାତାର ଦମଦାର ପ୍ରଦର୍ଶନ କରିଆସୁଛି। ସେମାନଙ୍କ ବୋଲିଂ ଓ ବ୍ୟାଟିଂରେ ସ୍ଥିରତା ଅଛି। ଘରୋଇ ମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ହିଁ ଅଧିକ ମିଳିବ। ପୂର୍ବ ଦଳ ତୁଳନାରେ ବର୍ତ୍ତମାନର ଇଂଲଣ୍ଡ ଟିମର ବ୍ୟାଟିଂ ଅଧିକ ମଜଭୁତ ବୋଲି କହିଛନ୍ତି ଶାସ୍ତ୍ରୀ।
ପଢନ୍ତୁ: ମେ ୩୦ରୁ ଆରମ୍ଭ ହେବ ବିଶ୍ଵକପ: ଭାରତୀୟ କ୍ରିକେଟ ଟିମ ସଦସ୍ୟଙ୍କ ନାମ ଘୋଷିତ କଲା ବିସିସିଆଇ

Related posts

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ENO Beuro

ପାଣ୍ଡ୍ୟା, ରାହୁଲଙ୍କ ଉପରୁ ଉଠିଲା ବାସନ୍ଦ

ENO Beuro

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ENO Beuro

1 comment

Leave a Comment