• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି
VASTU

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

କୌଣସି ମହିଳାର ସୁନ୍ଦରତା ସେତେବେଳ ସମ୍ପୁର୍ଣ୍ଣ ହୁଏ ଯେତେବେଳ ସେ ସଜବାଜ ହୋଇ ମଥାରେ ଗୋଟିଏ ବିନ୍ଦି ଲଗାଏ । ବାସ୍ତୁଶାସ୍ତ୍ର ଅନୁସାରେ ସୁନ୍ଦରତା ବଢାଇବା ସହ ବିନ୍ଦି ଲଗାଇବାର ଅନ୍ୟ ଲାଭ ମଧ୍ୟ ରହିଛି । କେବଳ ମହିଳାଙ୍କ ସୌନ୍ଦଯ୍ୟ ବୃଦ୍ଧି ନୁହଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିନ୍ଦି ଲଗାଇବା ବହୁତ ଜରୁରୀ ।

ବିନ୍ଦି ଲଗାଇବା ଦ୍ଵାରା କ ‘ଣ ହୁଏ ଆସନ୍ତୁ ଜାଣିବା

ଘରର ଗୁରୁଦାୟିତ୍ୱ ଥାଏ ମହିଳାଙ୍କ ଉପରେ । ତେଣୁ ମହିଳା ମାନେ ଏକାବେଳେ ଅନେକ କଥା ଚିନ୍ତା କରିଥାଆନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ତାଙ୍କ ମନକୁ ନିୟନ୍ତ୍ରିତ କରିବା ପାଇଁ ତଥା ମନକୁ ସ୍ଥିର କରିବା ପାଇଁ ବିନ୍ଦି ବହୁତ ପ୍ରଭାବ ପକାଇଥାଏ । ବିନ୍ଦି ଲଗାଇବା ଦ୍ୱାରା ମନ ଶାନ୍ତହେବା ସହ ଏକାଗ୍ରତା ବଢିଥାଏ ।

ବିିନ୍ଦି ଲଗାଇବାର ଉଚିତ ସ୍ଥାନ ହେଲା ଭ୍ରୁଲଥା ଦ୍ୱୟର ମଝିଭାଗ, ଯାହା ଶରୀରର ସବୁଠାରୁ ମହତ୍ୱତକ୍ୱପୂର୍ଣ୍ଣ ଚକ୍ର-ଯାହାର ନାମ ଆଜ୍ଞାଚକ୍ର ।  ଏହି ଚକ୍ରକୁ ହାଲୁକା ଭାବେ ଦବାଇବା ଦ୍ୱାରା ମାନସିକ ଶାନ୍ତି ମିଳିବାରେ ସୟାହକ ହୋଇଥାଏ ।ଏହା ଦ୍ଵାରା ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡେ ନାହିଁ ।

ବିନ୍ଦି ଲଗାଇବା ଆଜିର ନୁହଁ ପ୍ରାଚୀନ କାଳର ଏକ ପରମ୍ପରା । ଏହା କେବଳ ଯେ ଭାରତ ବର୍ଷ ତା’ ନୁହଁ ପୁରା ବିଶ୍ୱରେ ମହିଳାମାନେ ବିନ୍ଦି ପିନ୍ଧିବା ପାଇଁ ପସନ୍ଦ କରନ୍ତି । ବିନ୍ଦି ଲଗାଇବା ସ୍ଥାନରେ ଦବାଇ ରଖିଲେ ମୁଣ୍ଡବ୍ୟଥାର ରୋଗରୁ ଉପଶମ ମିଳିଥାଏ । ବିନ୍ଦି ଲଗାଇବା ଦ୍ୱାରା ଶିରା ପ୍ରଶିରା ଓ ରକ୍ତ କୋଶିକା ଜଗୁଡିକ ସକ୍ରିୟ ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି women wear bindi

ପଢନ୍ତୁ ;

ହଷ୍ଟେଲରେ ରହୁଛନ୍ତି କି ?ତେବେ ଏହି ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

Related posts

ଘରେ ରଖନ୍ତୁ ନାହିଁ ଏହି ସବୁ ସାମଗ୍ରୀ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

Krishna Kumar Manoj

କେମିତି ଜାଣିବା କେଉଁ ସମୟ ଆମମାନଙ୍କ ପାଇଁ ଭଲ ସମୟ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

Krishna Kumar Manoj

ନାରୀ ମାନଙ୍କର ଏହି ସବୁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷଣି ବୋଲି କୁହାଯାଇଥାଏ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More