VASTU

ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

By ENO Beuro

March 19, 2018

ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇବାର ଉପାୟ

ଆମେ ଗଭୀର ନିଦରେ ଶୋଇଗଲେ ବହୁ ସ୍ୱପ୍ନ ଦେଖିଥାଉ । ନ ହେଲେ କିଛି ଜିନିଷ ବାରମ୍ବାର ଦେଖିବା ଦ୍ୱାରା ମଧ୍ୟ ସ୍ୱପ୍ନରେ ତାହାକୁ ନେଇ ସ୍ୱପ୍ନ ଦେଖିଥାଉ । ଏମିତି କି କିଛି ଭଲ ସ୍ଵପ୍ନ ଥାଏ ତ କିଛି ଖରାପ ସ୍ଵପ୍ନ ଥାଏ ।

ଆପଣଙ୍କ ସହିତ ଏମିତି ବହୁଥର ହୋଇଥିବ ଯାହାକି ଖରାପ ସ୍ୱପ୍ନ ଦେଖି ନିଦରୁ ଚମକି ଉଠିଯାଇଥିବେ । କାଳେ ସ୍ୱପ୍ନଟି ସତ ହେବ ଭାବି ମନ ଦୁଃଖ ହୋଇଥାଏ ।

ଶାସ୍ତ୍ରବିତ କହିବା ଅନୁଯାୟୀ ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇବାର ଏହା ଏକ ଉପାୟ ରହିଛି । ଯଦି ଆପଣ କେବେ ଅଧରାତ୍ରୀରେ ଖରାପ ସ୍ୱପ୍ନ ଦେଖି ଉଠିଥାନ୍ତି ତେବେ ଘର ବାହାରକୁ ଯାଆନ୍ତୁ । ଘାସ କିମ୍ବା ଛୋଟ ଗଛ ଉପାଡିମୁଣ୍ଡରେ ମାରନ୍ତୁ । ତାପରେ ତାହାକୁ ପିଙ୍ଗିଦିଅନ୍ତୁ ।

ଶୋଇବା ସମୟରେ ସବୁ ତକିଆ ତଳେ ହନୁମାନ ଚାଳିଶା ରଖନ୍ତୁ  । ଏହା ଦ୍ୱାରା ଦୁଃସ୍ୱପ୍ନ ଦୋଷ କଟିଯିବ । ଶୋଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ଶୋଇଲେ ଦୁଃସ୍ୱପ୍ନ ଆସେ ନାହିଁ ।

ପଢନ୍ତୁ ;

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ