VASTU

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଏମିତି ବହୁତ କଥା ଅଛି ଯାହା ଆମେ ଜାଣି ନ ଥିବା । ହିନ୍ଦୁଧର୍ମ ଅନୁଯାୟୀ ଭଗବାନଙ୍କୁ ପୂଜା କରିବା ସମୟରେ ତାଳିମାରି ଅର୍ଚ୍ଚନା କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।

ଭଗବାନଙ୍କ ସ୍ତୁତି, ଭକ୍ତି,ଆଳତି ଆଦି ଧର୍ମ କର୍ମ ବେଳେ ତାଳି ବଜା ଯାଇଥାଏ । ତାଳି ବଜାଇବା ଏକ ବ୍ୟାୟାମ । ଏହାଦ୍ୱାରା ଶରୀରର ମାଂସପେଶୀ ସକ୍ରିୟ ରହିଥାଏ । ଜୋର ଜୋରରେ ତାଳି ବଜାଇବା ଦ୍ୱାରା ଶରୀରରୁ ଝାଳ ନିର୍ଗତ ହୁଏ । ଏବଂ ପୂରା ଶରୀରରେ ଏକ ଉତ୍ତେଜନା ସୃଷ୍ଟି ହୋଇଥାଏ । ଆମ ହାତରେ ଶରୀରର ଅନ୍ୟ ଅଙ୍ଗର ଶୀରା ପ୍ରଶୀରାର ପଏଣ୍ଟ ଥାଏ ।

ଯାହାକୁ ଆକ୍ୟୁପ୍ରେସର ପଏଣ୍ଟ କୁହାଯାଏ । ତାଳି ବଜାଇବା ଦ୍ୱାରା ଏହି ବିନ୍ଦୁରେ ଚାପ ପଡିଥାଏ ଏବଂ ସମ୍ବନ୍ଧିତ ଅଙ୍ଗରେ ରକ୍ତ ସଂଚାର ବୃଦ୍ଧି ହୋଇଥାଏ । ଅକ୍ୟୁପ୍ରେସର ପଦ୍ଧତିରେ ତାଳିବଜାଇବା ଖୁବ୍ ଲାଭକାରୀ ହୋଇଥାଏ । ଏହି କାରଣରୁ ତାଳି ବଜାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।

ହିନ୍ଦୁ ଧର୍ମରେ ତାଳି ବଜାଇବା ସ୍ୱାଭାବିକ । ମନ୍ଦିର ହେଉ କିମ୍ବା ଅନ୍ୟ କୌଣସି ପୂଜା ସ୍ଥଳ, ଯେଉଁଠି ଆଳତୀ ହୁଏ ସେଠି ଶ୍ରଦ୍ଧାଳୁମାନେ ତାଳି ବଜାଇବାର ଦେଖିବାକୁ ମିଳେ ।

ପଢନ୍ତୁ ;

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

Related posts

ଜ୍ୟୋତିଷଶାସ୍ତ୍ର ଅନୁସାରେ,ପାଖରେ ମୟୂରପଙ୍ଖ ରଖିଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ପଶୁପକ୍ଷୀ ଙ୍କୁ ପାଳିଲେ କିମ୍ବା ଖାଇବାକୁ ଦେଲେ ମିଳିଥାଏ ନକାରାତ୍ମକ ଶକ୍ତିରୁ ମୁକ୍ତି , କିପରି ଆସନ୍ତୁ ଜାଣିବା

ENO Beuro

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More